ଦୁବାଇ: ଶ୍ରୀଲଙ୍କା ନିକଟରୁ ଦ୍ବିତୀୟ ଟେଷ୍ଟ୍ ହାରିଯିବା ପରେ ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ତାଲିକାର ଶୀର୍ଷ ସ୍ଥାନ ହରାଇଛି। ଏହାର ପଏଣ୍ଟ୍ ପ୍ରତିଶତ (ପିସିଟି) ୭୭.୭୭ରୁ ୭୦କୁ ହ୍ରାସ ପାଇଛି। ଫଳରେ ଦ୍ବିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା (୭୧.୪୩) ସର୍ବାଧିକ ପଏଣ୍ଟ୍ ପ୍ରତିଶତ ଆଧାରରେ ଶୀର୍ଷକୁ ଉଠିଛି। ପୁଣି ଅଷ୍ଟ୍ରେଲିଆକୁ ହରାଇ ଶୃଙ୍ଖଳା ୧-୧ କରିନେଇଥିବା ଶ୍ରୀଲଙ୍କାକୁ ବଡ଼ ଫାଇଦା ମିଳିଛି। ଏହି ତାଲିକାର ଷଷ୍ଠ ସ୍ଥାନରେ ଥିବା ସିଂହଳୀ ଦଳ ସିଧାସଳଖ ତୃତୀୟରେ ପହଞ୍ଚିଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ପୂର୍ବରୁ ୪୬.୭୨ ପିସିଟି ପାଇଥିବା ଶ୍ରୀଲଙ୍କାର ପଏଣ୍ଟ ପ୍ରତିଶତ ୫୪.୧୭ ହୋଇଯାଇଛି। ଯାହାକି ଭାରତ ପାଇଁ ଝଟ୍କା ଲାଗିଛି। କାରଣ ଶ୍ରୀଲଙ୍କାର ଉତ୍ଥାନ ଯୋଗୁଁ ତୃତୀୟ ସ୍ଥାନରେ ଥିବା ଭାରତ (୫୨.୦୮) ଦୁଇଟି ସ୍ଥାନ ହରାଇ ପଞ୍ଚମକୁ ଖସିଯାଇଛି। ଭାରତ ଏବେ ଚତୁର୍ଥ ସ୍ଥାନରେ ଥିବା ପାକିସ୍ତାନ (୫୨.୩୮) ତଳକୁ ରହିଛି। ସେହିପରି ୱେଷ୍ଟଇଣ୍ଡିଜ୍ (୫୦.୦୦) ଷଷ୍ଠ ସ୍ଥାନକୁ ଖସିଯାଇଥିଲା ବେଳେ ଇଂଲଣ୍ଡ (୩୩.୩୩), ନ୍ୟୁଜିଲାଣ୍ଡ (୨୫.୯୩) ଏବଂ ବାଂଲାଦେଶ (୧୩.୩୩) ପିସିଟି ଆଧାରରେ ଯଥାକ୍ରମେ ସପ୍ତମରୁ ନବମ ସ୍ଥାନରେ ରହିଛନ୍ତି।
ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍: ଶୀର୍ଷ ସ୍ଥାନ ହରାଇଲା ଅଷ୍ଟ୍ରେଲିଆ, ଭାରତ ପଞ୍ଚମକୁ ଖସିଲା
/sambad/media/post_attachments/wp-content/uploads/2022/07/Australias-David-Warner-celebrates-with-Usman-Khawaja-after-their-win-against-Sri-Lanka..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)