ନୂଆଦିଲ୍ଲୀ: ଚଳିତ ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍ର ପଏଣ୍ଟ ବ୍ୟବସ୍ଥାକୁ ନେଇ ପ୍ରଶଂସକମାନେ ଦ୍ବନ୍ଦ୍ବରେ ରହିଛନ୍ତି। ଅଗଷ୍ଟ ପହିଲାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ୬ ଟେଷ୍ଟ୍ ଶେଷ ହୋଇଛି। ତେବେ ଭାରତକୁ କାହିଁକି ଗୋଟିଏ ବିଜୟ ପାଇଁ ୬୦ ପଏଣ୍ଟ୍ ମିଳିଛି, ସମାନ ବିଜୟ ପାଇଁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ୨୪ ପଏଣ୍ଟ୍ ଲେଖାଏଁ ପାଇଛନ୍ତି ପ୍ରଶ୍ନ ଉଠିଥିଲା। ଭାରତ ଭଳି ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟ ଗୋଟିଏ ଲେଖାଏଁ ବିଜୟ ପାଇ ୬୦ ପଏଣ୍ଟ୍ ପାଇଛନ୍ତି। ଆଇସିସି ଟେଷ୍ଟ୍ ପ୍ରତିଯୋଗିତା ପଏଣ୍ଟ ବ୍ୟବସ୍ଥାରୁ ସ୍ପଷ୍ଟ ହୋଇଛି ଯେ ଟେଷ୍ଟ୍ ଶୃଙ୍ଖଳାର ମ୍ୟାଚ୍ ସଂଖ୍ୟା ଯାହା ହେଉ ନା କାହିଁକି ମୋଟ ପଏଣ୍ଟ୍ ୧୨୦ ଉପଲବ୍ଧ ହେବ। ସେହି କାରଣରୁ ୫ ମ୍ୟାଚ୍ ଶୃଙ୍ଖଳାରେ ମ୍ୟାଚ୍ ବିଜୟ ପିଛା ୨୪ ପଏଣ୍ଟ ରହିଛି। ସେଥି ପାଇଁ ଭାରତ-ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ୍ ଶୃଙ୍ଖଳା ୨ ମ୍ୟାଚ୍ ବିଶିଷ୍ଟ ଥିବାରୁ ବିଜୟ ପିଛା ୬୦ ପଏଣ୍ଟ୍ ମିଳୁଛି। ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଲର୍ଡସ ଟେଷ୍ଟ୍କୁ ଅମୀମାଂସିତ ରଖିବାରୁ ୮ ପଏଣ୍ଟ୍ ଲେଖାଏଁ ପାଇ ସମାନ ୩୨ରେ ସୀମିତ ରହିଛନ୍ତି। ନିୟମ ଅନୁସାରେ ପ୍ରତି ଦଳ ୩ଟି ଘରୋଇ ଏବଂ ୩ଟି ବିଦେଶ ଶୃଙ୍ଖଳା ଖେଳିବେ। ଫଳରେ ଚାମ୍ପିଅନସିପ୍ ଶେଷ ବେଳକୁ ବାସ୍ତବ ସମାନତା ଆସିଯିବ।
ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ପଏଣ୍ଟ୍ ତାଲିକା: ଭାରତକୁ ୬୦ ପଏଣ୍ଟ୍, ଇଂଲଣ୍ଡକୁ ୨୪ କାହିଁକି?
/sambad/media/post_attachments/wp-content/uploads/2019/08/hdtjhtjgngrjndfngnfgndgndng.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)