ବିଶ୍ବ ଟୁର୍‌ ଫାଇନାଲ୍ସ, ସିନ୍ଧୁଙ୍କ ବିଜୟ ଅଭିଯାନ

ଗୁଆଙ୍ଗ୍‌ଝୁ: ଏଠାରେ ବୁଧବାରଠୁ ଚାଲିଥିବା ବିଶ୍ବ ଟୁର୍‌ ଫାଇନାଲ୍ସ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଭାରତୀୟ ତାରକା ପିଭି ସିନ୍ଧୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମହିଳା ଏକକ ‌ଗ୍ରୁପ୍‌ ‘ଏ’ର ଏକ ମ୍ୟାଚ୍‌ରେ ଅଲିମ୍ପିକ୍ ରୌପ୍ୟ ବିଜୟିନୀ ସିନ୍ଧୁ ୨୪-୨୨, ୨୧-୧୫ରେ ବିଶ୍ବର ଦୁଇ ନମ୍ବର ତଥା ଗତ ଥରର ବିଜୟିନୀ ଆକାନେ ୟାମାଗୁଚିଙ୍କୁ ହରାଇ ମଧୁର ପ୍ରତି‌‌ଶୋଧ ନେଇଛନ୍ତି। ଦୁବାଇରେ ଖେଳାଯାଇଥିବା ଗତ ସଂସ୍କରଣର ଫାଇନାଲ୍‌ରେ ସିନ୍ଧୁଙ୍କୁ ହରାଇ ଜାପାନୀ ତାରକା ୟାମାଗୁଚି ଟ୍ରଫି କରାୟତ କରିଥିଲେ। ଅନ୍ୟପକ୍ଷରେ କିଦାମ୍ବି ଶ୍ରୀକାନ୍ତଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଏହି ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଥିବା ସମୀର ବର୍ମା ପରାଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ‌ଗ୍ରୁପ୍‌ ‘ବି’‌ରେ ସ୍ଥାନ ପାଇଥିବା ସମୀର ନିଜର ପ୍ରଥମ ମ୍ୟାଚ୍‌ରେ ବିଶ୍ବର ଏକ ନମ୍ବର ତଥା ବିଶ୍ବ ବିଜେତା କେଣ୍ଟୋ ମୋମୋଟାଙ୍କଠୁ ହାରି ଯାଇଥିଲେ। ମୋମୋଟା ୨୧-୧୮ ଓ ୨୧-୬ରେ ସମୀରଙ୍କୁ ମାତ୍‌ ଦେଇଥିଲେ। ଗୁରୁବାର ସିନ୍ଧୁ ଦ୍ବିତୀୟ ମ୍ୟାଚ୍‌ରେ ଚାଇନିଜ୍‌ ତାଇପେର ତାଇ ତିଜୁ ୟିଙ୍ଗ୍‌ଙ୍କୁ ଏବଂ ସମୀର ଇଣ୍ଡୋନେସିଆର ଟମି ସୁଜିଆର୍ତୋଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର