ଭୁବନେଶ୍ବ: ଆସନ୍ତା ମାସ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଚୀନ୍‌ର ଚେଙ୍ଗଡୁଠାରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଲାଗି ଭାରତୀୟ ସନ୍ତରଣ ଦଳରେ ଓଡ଼ିଶାରୁ ଦୁଇ ଜଣ ଝିଅ ସୃଷ୍ଟି ଉପାଧ୍ୟୟ ଓ ପ୍ରତ୍ୟାଶା ରାୟ ସ୍ଥାନ ପାଇଛନ୍ତି। ସୃଷ୍ଟି କୋଲ୍‌କାତାସ୍ଥିତ ଯାଦବପୁର ବିଶ୍ବବିଦ୍ୟାଳୟରୁ ଏବଂ ପ୍ରତ୍ୟାଶା ଉତ୍କଳ ବିଶ୍ବବିଦ୍ୟାଳୟରୁ ପ୍ରତିନିଧିତ୍ବ କରୁଛନ୍ତି। ଉଭୟ ଓଡ଼ିଶା ‌ଜେଏସ୍‌ଡବ୍ଲୁ ସନ୍ତରଣ ଉଚ୍ଚ ଗୁଣବତ୍ତା କେନ୍ଦ୍ର (ଏଚ୍‌ପିସି)ରେ ଅଭ୍ୟାସ କରୁଛନ୍ତି। ୬୩ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ସୃଷ୍ଟି ଓ ପ୍ରତ୍ୟାଶା ୬ଟି ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଥିଲେ। ତୃତୀୟ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ‌କ୍ରୀଡ଼ାରେ ସୃଷ୍ଟି ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ କାଂସ୍ୟ ସହ ୭ ପଦକ ଏବଂ ପ୍ରତ୍ୟାଶା ୨ ସ୍ବର୍ଣ୍ଣ, ୩ ‌ରୌପ୍ୟ ସହ ୫ ପଦକ ପାଇଥିଲେ।