ଭୁବନେଶ୍ବର: ଓଡ଼ିଶା ଭଲିବଲ୍ ସଂଘ ସମ୍ପାଦକ ତଥା କିଟ୍ ବିଶ୍ବବିଦ୍ୟାଳୟ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶଙ୍କୁ ମିଳିଛି ଆଉ ଏକ ବଡ଼ ଦାୟିତ୍ବ। ଇଟାଲିର ନାପୋଲିରେ ଜୁଲାଇ ୩ରୁ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ବ ବିଶ୍ବବିଦ୍ୟାୟ କ୍ରୀଡ଼ା ଲାଗି ଡକ୍ଟର ଦାଶଙ୍କୁ ଭାରତୀୟ ପ୍ରତିନିଧି ଦଳର ଉପ ମୁଖ୍ୟ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି। ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ସଭାପତି ମାଣିକରାଓ ସାଲୁଙ୍କେ ଏହି ପ୍ରତିନିଧି ଦଳର ମୁଖ୍ୟ ଦାୟିତ୍ବ ପାଇଛନ୍ତି। ଓଡ଼ିଶାର ଏକମାତ୍ର କ୍ରୀଡ଼ାବିତ୍ ଭାବେ ମଧ୍ୟ ଧାବିକା ଦୂତି ଚାନ୍ଦ ଏହି ପ୍ରତିଯୋଗିତାରେ ଭାଗ ନେବେ। ୨୦୧୭ ମସିହାରେ ଡକ୍ଟର ଦାଶ ମଧ୍ୟ ଚାଇନିଜ ତାଇପେରେ ଅନୁଷ୍ଠିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ତୀରନ୍ଦାଜୀ ଦଳ ପ୍ରତିନିଧି ମଣ୍ଡଳୀର ମୁଖ୍ୟ ଦାୟିତ୍ବକୁ ସଫଳତାର ସହ ତୁଲାଇଥିଲେ। ଉଭୟଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।
ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପାଇଁ ଗଗନେନ୍ଦୁ ସଂଯୋଜକ
/sambad/media/post_attachments/wp-content/uploads/2019/06/6-Gaganendu-Dash.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)