କରୋନା ଭୟ: ବିଶ୍ବକପ୍ ବିଜେତା ମାତୁଇଦି ଆକ୍ରାନ୍ତ

ପ୍ୟାରିସ୍: ଫ୍ରାନ୍ସ ଓ ଜେଭେଣ୍ଟସ୍ ଦଳର ସଦସ୍ୟ ତଥା ବିଶ୍ବକପ୍ ବିଜୟୀ ଫୁଟ୍‌ବଲ୍ ତାରକା ବ୍ଲାଇସ୍ ମାତୁଇଦି ଏବଂ ହେଲାସ୍ ଭେରୋନା ଦଳର ମାଟିଆ ଜାକାଗ୍ନି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୩୨ ବର୍ଷୀୟ ମାତୁଇଦିଙ୍କ ସହ ୨୪ ବର୍ଷୀୟ ଜାକାଗ୍ନିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ଉଭୟ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ଯାହା ଫୁଟବଲ୍ ଜଗତରେ ଭୟ ସଞ୍ଚାର କରିଛି। ପୂର୍ବରୁ ଭାଲେନସିଆ ଦଳର ୨୧ ବର୍ଷୀୟ ପ୍ରଶିକ୍ଷକ ଫ୍ରାନ୍‌ସିସ୍କୋ ଗର୍ସିଆଙ୍କର ପରଲୋକ ହୋଇଯାଇଥିଲା। ତେବେ ଉଭୟ ମାତୁଇଦି ଓ ଜାକାଗ୍ନିଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ଅଛି ଏବଂ ସେମାନେ ଦ୍ରୁତ ଗତିରେ ଆରୋଗ୍ୟ ଲାଭ କରୁଛନ୍ତି ବୋଲି ‌ସେମାନଙ୍କ ଦଳ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର