ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ଆରମ୍ଭ

ନୂଆଦିଲ୍ଲୀ: ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିରେ ୭୩ ଦେଶର ୩୦୦ ମୁଷ୍ଟିଯୋଦ୍ଧା ଅଂଶଗ୍ରହଣ କରୁଛନ୍ତି। ୧୦ଟି ଓଜନ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ‌ହେଉଛି। ବିଶ୍ବ ମହିଳା ମୁଷ୍ଟିଯୁଦ୍ଧର ଏହି ଦଶମ ସଂସ୍କରଣରେ ଭାରତର ୧୦ ଜଣିଆ ଦଳ ଅଂଶ ଗ୍ରହଣ କରୁଛନ୍ତି। ଶେଷ ଥର ପାଇଁ ଭାରତ ୨୦୦୬ରେ ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ କରିଥିଲା। ସେଥର ଭାରତ ସର୍ବାଧିକ ପଦକ ଜିତିଥିଲା। ଚଳିତ ଥର ଭାରତୀୟ ଦଳରେ ଥିବା ଖେଳାଳିମାନେ ହେଲେ- ଏମ୍‌ସି ମେରିକମ୍ (୪୮ କିଲୋଗ୍ରାମ), ପିଙ୍କି ଜାଙ୍ଗ୍ରା (୫୧ କିଲୋଗ୍ରାମ), ମନୀଷା (୫୪ କିଲୋଗ୍ରାମ), ସୋନିଆ (୫୭ କିଲୋଗ୍ରାମ), ସରିତା ଦେବୀ (୬୦ କିଲୋଗ୍ରାମ), ସିମରନଜିତ୍ (୬୪ କିଲୋଗ୍ରାମ), ଲଭଲିନା (୬୯ କିଲୋଗ୍ରାମ), ସ୍ବିଟି (୭୫ କିଲୋଗ୍ରାମ), ଭାଗ୍ୟବତୀ (୮୧ କିଲୋଗ୍ରାମ), ସୀମା (୮୧ କିଲୋଗ୍ରାମ)।

ସମ୍ବନ୍ଧିତ ଖବର