ମହିଳା ହାଫ୍ ମାରାଥନ ବିଶ୍ବ କୀର୍ତ୍ତିମାନ ଭାଙ୍ଗିଲେ ପେରେସ୍

ଜିନିଆ (ପୋଲାଣ୍ଡ): କେନିଆର ପେରେସ୍ ଜେପଚିରଚିର ମହିଳା ହାଫ୍ ମାରାଥନରେ ନିଜେ ସ୍ଥାପନ କରିଥିବା ନିଜ ବିଶ୍ବ କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ଶନିବାର ଏଠାରେ ଅନୁଷ୍ଠିତ ହାଫ୍ ମାରାଥନ ବିଶ୍ବ ଚାମ୍ପିଅନସିପ୍‌ରେ ୨୭ ବର୍ଷୀୟା ‌ପେରେସ୍ ୧ ଘଣ୍ଟା ୫ ମିନିଟ୍ ୧୬ ସେକେଣ୍ଡ ସମୟ ନେଇଥିଲେ। ଏହା କରି ସେ ପୂର୍ବରୁ ସ୍ଥାପନ କରିଥିବା ୧ ଘଣ୍ଟା ୫ ମିନିଟ୍ ୩୪ ସେକେଣ୍ଡ ସମୟକୁ ଅତିକ୍ରମ କରିଥିଲେ। ଜର୍ମାନୀର ମେଲାଟ କେଜେଟା (୧ ଘଣ୍ଟା ୫ ମିନିଟ୍ ୧୮ ସେକେଣ୍ଡ) ଏବଂ ଇଥିଓପିଆର ୟାମେଲଜେରେଫ ୟେହୁଲ୍ଲ (୧ ଘଣ୍ଟା ୫ ମିନିଟ୍ ୧୯ ସେକେଣ୍ଡ) ସମୟ ନେଇ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସମ୍ବନ୍ଧିତ ଖବର