ବିଶ୍ବ ଦୌଡ଼କୁଦ ଆରମ୍ଭ, ୪୦୦ ମିଟର ସେମିରେ ପିଲାୟିଲ୍

ଦୋହା: ଶୁକ୍ରବାରଠୁ କାତାରର ଦୋହାରେ ଆରମ୍ଭ ହୋଇଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତକୁ ମିଶ୍ରଫଳ ମିଳିଛି। ୪୦୦ ମିଟର ବାଧାଦୌଡ଼ ହିଟ୍‌ରେ ଦୁଇ ଭାରତୀୟ ଭାଗ ନେଇଥିଲେ। ହିଟ୍‌-୧ରେ ଦୌଡ଼ୁଥିବା ଭାରତୀୟ ଧାବକ ଜାବିର ମଦାରି ପିଲାୟିଲ୍ (୪୯.୬୨ ସେକେଣ୍ଡ୍‌) ତୃତୀୟ ସ୍ଥାନ‌ରେ ରହି ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ହେଲେ ହିଟ୍‌-୫ରେ ଧରୁନ ଆୟାସାମି (୫୦.୫୫ ସେକେଣ୍ଡ) ଷଷ୍ଠ ସ୍ଥାନରେ ରହି ବିଦାୟ ନେଇଥିଲେ। ସେହିଭଳି ଲମ୍ବଡିଆଁରେ ଏମ୍‌ ଶ୍ରୀଶଙ୍କର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି। ଫାଇନାଲ୍‌ ଲାଗି ଯୋଗ୍ୟତା ମାର୍କ ୮.୧୫ ମିଟର ‌ଥିଲା ବେଳେ ତିନିଟି ସୁଯୋଗରେ ୨୦ ବର୍ଷୀୟ ଶ୍ରୀଶଙ୍କର ୭.୬୨ ମିଟର ଡେଇଁବାକୁ ସକ୍ଷମ ହୋଇଥିଲେ। ସେ ନିଜ ଗ୍ରୁପ୍‌ରେ ଦ୍ବାଦଶ ଏବଂ ମୋଟ ଉପରେ ୨୨ତମ ସ୍ଥାନରେ ରହିଥିଲେ। ଜାତୀୟ କୀର୍ତ୍ତିମାନଧାରୀ ଶ୍ରୀଶଙ୍କରଙ୍କ ‌ଶ୍ରେଷ୍ଠ ରହିଛି ୮.୨୦ ମିଟର। ଏହାକୁ ମଧ୍ୟ ସେ ଏଠାରେ ହାସଲ କରିନଥିଲେ।

ସମ୍ବନ୍ଧିତ ଖବର