ବିଶ୍ବର ପ୍ରଥମ ଧାବକ: ୨ ଘଣ୍ଟାରୁ କମ୍ ସମୟରେ ମାରାଥନ ଶେଷ କରିବାରେ କିପଚୋଗେ ପ୍ରଥମ

ଭିଏନା: କେନିଆର ଏଲୁଡ୍ କିପଚୋଗେ ଶନିବାର ବିଶ୍ବ କୀର୍ତ୍ତିମାନ କରିଛନ୍ତି। ବିଶ୍ବର ପ୍ରଥମ ଧାବକ ଭାବେ ସେ ୨ଘଣ୍ଟାରୁ କମ୍ ସମୟରେ ମାରାଥନ ଶେଷ କରିଛନ୍ତି। ୩୪ ବର୍ଷୀୟ କିପଚୋଗେ ଭିଏନାରେ ନିର୍ମାଣ କରାଯାଇଥିବା ଏକ ସ୍ବତନ୍ତ୍ର ଟ୍ରାକରେ ଏହି ବିରଳ ସଫଳତା ଲାଭ କରିଛନ୍ତି। ଏହି ଅଲିମ୍ପିକ୍ସ ବିଜେତାଙ୍କ ନାଁରେ ମାରାଥନର ବିଶ୍ବ କୀର୍ତ୍ତିମାନ (୨ ଘଣ୍ଟା ୧ ମିନିଟ୍ ୩୯ ସେକେଣ୍ଡ) ରହିଛି। ଯାହାକୁ ସେ ଗତବର୍ଷ ବର୍ଲିନ ବିଶ୍ବ ଦୌଡ଼କୁଦ ଅବସରରେ ହାସଲ କରିଥିଲେ। କିପଚୋଗେଙ୍କ ସାନି କୀର୍ତ୍ତିମାନକୁ କିନ୍ତୁ ଆନୁଷ୍ଠାନିକ ସ୍ବୀକୃତି ମିଳିନାହିଁ।

ସମ୍ବନ୍ଧିତ ଖବର