ନୂଆଦିଲ୍ଲୀ: ଭାରତର ବିଜୟ ପାଇଁ ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରୁଛନ୍ତି ପ୍ରଶଂସକ। ଉତ୍ତରପ୍ରଦେଶର ଅହମ୍ମଦାବାଦରେ ଆଜି ବର୍ଷା ନହେବା ପାଇଁ ପୂଜାର୍ଚ୍ଚନା କରିଛନ୍ତି କ୍ରିକେଟ୍ ପ୍ରଶଂସକ। ହୋମ କରି ଟିମ୍ ଇଣ୍ଡିଆର ବିଜୟ କାମନା କରିଛନ୍ତି। ଏକ ହନୁମାନ ମନ୍ଦିରରେ ଭାରତୀୟ ଦଳର ଖେଳାଳିଙ୍କ ଫଟୋ, ବିଶ୍ୱକପ ଓ ଜାତୀୟ ପତାକା ଧରି ପୂଜାର୍ଚ୍ଚନା ସହ କ୍ରିକେଟ ପ୍ରେମୀ ଭାରତର ବିଜୟ କାମନା କରିଛନ୍ତି।
ସେପଟେ ବାରଣାସୀରେ ଦେଖିବାକୁ ମିଳିଛି ଅଭିନବ ଦୃଶ୍ୟ। ଗଙ୍ଗା ନଦୀରେ ଟିମ ଇଣ୍ଡିଆର ବିଜୟ ପାଇଁ ସ୍ୱତନ୍ତ୍ର ଆରତୀ କରିଛନ୍ତି କ୍ରିକେଟ ପ୍ରେମୀ। ହାତରେ ଟିମ ଇଣ୍ଡିଆ ଖେଳାଳିଙ୍କ ଫଟୋ, ଜାତୀୟ ପତାକା ଧରି ଗଙ୍ଗା ନଦୀ ଭିତରେ ଅଂଟାଏ ପାଣିରେ ଫ୍ୟାନ୍ସମାନେ ଗଙ୍ଗା ଆଳତୀ କରିଛନ୍ତି। ଆଜିର ମ୍ୟାଚରେ ବର୍ଷା ବାଧକ ନହେଉ ଏବଂ ଟିମ ଇଣ୍ଡିଆ ବାଜିମାତ୍ କରୁ ବୋଲି କାମନା କରିଛନ୍ତି କ୍ରିକେଟ ପ୍ରେମୀ।
/sambad/media/post_attachments/wp-content/uploads/2019/06/download-40.jpg)
ମଂଚେଷ୍ଟରରେ ଆଜି ମହାମୁକାବିଲା। ମୈଦାନରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ। ମଂଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଅପରାହ୍ନ ୩ଟାରେ ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ହେବ। ବିଶ୍ୱକପରେ ସପ୍ତମ ଥର ପାଇଁ ଉଭୟ ଦଳ ପରସ୍ପରକୁ ଭେଟୁଛନ୍ତି। ଓଲ୍ଡ ଟ୍ରାଫଡ୍ ପିଚ୍ରେ ବ୍ୟାଟିଂ କରିବା କଷ୍ଟକର ନୁହେଁ। ତେବେ ଗତ କିଛି ଦିନ ହେଲା ପାଗ କୋହଲା ରହିଥିବାରୁ ଏବଂ ଆଜି ବର୍ଷା ହେବାର ପୂର୍ବାନୁମାନରୁ ବୋଲର ଅଧିକ ଫାଇଦାରେ ରହିବେ ବୋଲି ଜଣାପଡ଼ିଛି। ବଲ୍ ଅଧିକ ସୁଇଂ ହେବ। ମ୍ୟାଚ ପୂର୍ବରୁ ଉଭୟ ପାକିସ୍ତାନ ଓ ଭାରତୀୟ ଟିମ ଜୋରଦାର ଅଭ୍ୟାସ କରିଛନ୍ତି।