ଅଷ୍ଟ୍ରେଲିଆ ଚୟନ ସମିତିରୁ ଇସ୍ତଫା ଦେବେ ଓ୍ଵ

ସିଡନି: ଅଷ୍ଟ୍ରେଲିଆ ଜାତୀୟ କ୍ରିକେଟ୍‌ ଦଳର ଚୟନ ସମିତିରୁ ମାର୍କ ଓ୍ଵ ଇସ୍ତଫା ଦେବେ। ୫୨ ବର୍ଷୀୟ ଓ୍ଵ’ଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ଶେଷ ହେବାର ଅଛି। ହେଲେ ଏହା ଆଗରୁ ସେ ତାଙ୍କ ପଦ ଛାଡ଼ିବାକୁ ଚିନ୍ତା କରୁଥିବା ଜଣା ପଡ଼ିଛି। ଓ୍ଵ’ ନିକଟରେ ଫକ୍ସ ସ୍ପୋର୍ଟସ ଚ୍ୟାନେଲର ଭାଷ୍ୟକାର ମଣ୍ଡଳିରେ ଯୋଗ ଦେଇଥିବାରୁ ଅଷ୍ଟ୍ରେଲିଆ ଚୟନ ସମିତିରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ଅଗଷ୍ଟରେ ହେବାକୁ ଥିବା ଅଷ୍ଟ୍ରେଲିଆର ଇଂଲଣ୍ଡ ଏବଂ ଜିମ୍ବାେଓ୍ଵ ଗସ୍ତ ଲାଗି ଦଳ ବାଛିବା ଚୟନକର୍ତା ଭାବେ ତାଙ୍କର ଶେଷ ଦାୟିତ୍ୱ ହେବ।

ସମ୍ବନ୍ଧିତ ଖବର