ନୂଆଦିଲ୍ଲୀ: ଚଳିତ ଡବ୍ଲ୍ୟୁପିଏଲ୍ରେ ଗୁଜରାଟ ଜାଏଣ୍ଟ୍ସକୁ ବଡ଼ ଝଟ୍କା ଲାଗିଛି। ଏହାର ତାରକା ୱିକେଟ୍କିପର ବ୍ୟାଟର୍ ୟାସ୍ତିକା ଭାଟିଆ ଆହତ ଜନିତ କାରଣରୁ ପୂରା ଡବ୍ଲ୍ୟୁପିଏଲ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କୁ ଜାଏଣ୍ଟ୍ସ ନିଲାମରେ ୫୦ ଲକ୍ଷ ଟଙ୍କାରେ କିଣିଥିଲୋ। ତାଙ୍କର ଏସିଏଲ୍ ଅସ୍ତ୍ରୋପଚାର ହୋଇଥିବାରୁ ସେ ଖେଳିବା ନ ଖେଳିବା ସନ୍ଦେହରେ ଥିଲା।
ଅଧିକପଢ଼ନ୍ତୁ:ମିସିସିପିରେ ଗୁଳିକାଣ୍ଡ: ୬ ମୃତ, ୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଥରିଲା ସହର
ଭାଟିଆ ସୁସ୍ଥ ହୋଇ ନଥିବାରୁ ପ୍ରତିଯୋଗିତାରେ ଖେଳିପାରିବେ ନାହିଁ
ନିଲାମ ବେଳେ ମଧ୍ୟ ଡବ୍ଲ୍ୟୁପିଏଲ୍ କହିଥିଲା ଯେ, ଆହତ ଥିବା ଭାଟିଆଙ୍କୁ ନେଉଥିବା ଫ୍ରାଞ୍ଚାଇଜ୍ଙ୍କୁ ବଦଳ ଖେଳାଳି ନେବାର ଅନୁମତି ମିଳିବନି। ଏବେ ଭାଟିଆ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ସେ ପ୍ରତିଯୋଗିତାରେ ଖେଳିପାରିବେନି ବୋଲି ଜାଏଣ୍ଟସ୍ର ମୁଖ୍ୟ ପ୍ରଶିକ୍ଷକ ମାଇକେଲ କ୍ଲିଙ୍ଗର ସୂଚନା ଦେଇଛନ୍ତି। ଜାଏଣ୍ଟ୍ସ୍ରେ ଯୋଗ ଦେବା ପୂର୍ବରୁ ଭାଟିଆ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୩ଟି ସଂସ୍କରଣ ଖେଳିଥିଲେ। ସେ ୨୮ ଡବ୍ଲ୍ୟୁପିଏଲ୍ ମଞାଚ୍ ଖେଳି ୧୮.୭୪ ହାରାହାରି ଓ ୧୧୩.୪୫ ଷ୍ଟ୍ରାଇକ୍ରେଟ୍ରେ ୫୦୬ ରନ୍ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)