ଡବ୍ଲୁପିଏଲ୍‌: ଆର୍‌ସିବିର ଲଗାତାର ପଞ୍ଚମ ପରାଜୟ: ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟ୍‌ରେ ବିଜୟୀ

ମୁମ୍ବାଇ: ଡବ୍ଲୁପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପୁଣି ଥରେ ନିରାଶ କରି ଲଗାତାର ପଞ୍ଚମ ମ୍ୟାଚ୍‌ରେ ପରାଜିତ ହୋଇଛି। ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟ୍‌ରେ ବାଙ୍ଗାଲୋରକୁ ହରାଇଛି। ବାଙ୍ଗାଲୋର ୪ ୱିକେଟ୍‌ ବିନିମୟରେ ୧୫୦ ରନ୍‌ ସଂଗ୍ରହ କରିଥିଲା। ସ୍ମୃତି ମନ୍ଧାନା (୮) ପୁଣି ଥରେ ନିରାଶ କରିଥିଲା ବେଳେ ସୋଫି ଡିଭାଇନ୍‌ (୨୧), ହିଦର ନାଇଟ୍‌ (୧୧) ଶୀଘ୍ର ଆଉଟ୍‌ ହୋଇଥିଲେ। ଏଲିସ ପେରି ଓ ରିଚା ଘୋଷ ଚତୁର୍ଥ ୱିକେଟ୍‌ରେ ୭୪ ରନ୍‌ ଯୋଡ଼ି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ପ୍ରଥମରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ମେଗ୍‌ ଲାନିଂ ମାତ୍ର ୧୫ ରନ୍‌ କରି ଆଉଟ୍‌ ହୋଇଥିଲା ବେଳେ ଶେଫାଳି ବର୍ମା ଖ‌ାତା ଖୋଲିପାରିନଥିଲେ। ତଥାପି ଆଲିସ୍‌ କ୍ୟାପ୍ସି, ଜେମିମା ‌ରଦ୍ରିଗ୍ବେଜ୍‌ଙ୍କ ପରେ ଦୁଇ ଅପରାଜିତ ଯୋଡ଼ି ମାରିଜାନେ କାପ୍‌ ଓ ଜେସ୍‌ ଜୋନାସେନ୍‌ ଦଳକୁ ୨ ବଲ୍‌ ପୂର୍ବରୁ ଜିତାଇଥିଲେ।

 

ସଂକ୍ଷିପ୍ତ ସ୍କୋର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୫୦/୪ (ଏଲିସ ପେରି ୬୭, ରିଚା ଘୋଷ ୩୭, ସୋଫି ଡିଭାଇନ୍‌ ୨୧, ଶିଖା ପାଣ୍ଡ ୩/୨୩, ତାରା ନୋରିସ୍‌ ୧/୨୫)। ଦିଲ୍ଲୀ କ୍ୟାପିଟାଲ୍ସ ୧୫୪/୪ (ଆଲିସ୍‌ କ୍ୟାପ୍ସି ୩୮, ଜେମିମା ରଦ୍ରି‌ଗ୍ବେଜ ୩୨, ମାରିଜାନେ କାପ୍‌ ୩୨*, ଜେସ୍‌ ଜାନେସେନ୍‌ ୨୯*, ଶୋଭନା ଆଶା ୨/୨୭, ମେଗାନ ସ୍କଟ ୧/୨୪)।

ସମ୍ବନ୍ଧିତ ଖବର