ଜୟପୁର: ଖେଳ ଜଗତରୁ ଏକ ହୃଦୟ ବିଦାରକ ଖବର ଆସିଛି । କୁସ୍ତିଯୁଦ୍ଧର ଫାଇନାଲ ମ୍ୟାଚ ହାରିବା ପରେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ରିତୀକା (ରିତୀକା ବବିତା ଫୋଗଟ ଓ ରୀତା ଫୋଗଟଙ୍କର ଭଉଣୀ) ଆତ୍ମହତ୍ୟା କରିଛନ୍ତି । ସେ ସୋମବାର ଦିନ ନିଜ ଗାଁ ବଲାଲୀଠାରେ ଗଳାରେ ନିଜ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ଗଣମାଧ୍ୟମର ସୂଚନା ମୁତାବକ କୁସ୍ତିଯୋଦ୍ଧା ରିତୀକା ୧୨ ରୁ ୧୪ ମାର୍ଚ ମଧ୍ୟରେ ରାଜସ୍ଥାନର ଭରତପୁର ଲୋହାଗଡ଼ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ସବ୍ ଜୁନିୟର ମହିଳା ଓ ପୁରୁଷ କୁସ୍ତି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମାର୍ଚ ୧୪ ତାରିଖରେ ଖେଳା ଯାଇଥିଲା । ଯେଉଁଥିରେ ରିତୀକା ଗୋଟିଏ ଅଙ୍କ ପଛରେ ରହି ମ୍ୟାଚ୍ ହାରି ଯାଇଥିଲେ । ମ୍ୟାଚ୍ ହାରିବା ପରେ ସେ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ । ଏନେଇ ସେ ୧୫ ତାରିଖ ଦିନ ରାତି ୧୧ ଟାରେ ନିଜ ଗାଁ ବଲାଲୀଠାରେ ଥିବା ବାସଭବନରେ ବେକରେ ନିଜ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି ।