ନୂଆଦିଲ୍ଲୀ: ମେ’ ୪ ତାରିଖରେ ଉତ୍ତର ଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମ୍ରେ ଘଟିଥିବା ୨୩ ବର୍ଷୀୟ କୁସ୍ତୁଯୋଦ୍ଧା ସାଗର ଧନକଡ଼ଙ୍କ ହତ୍ୟା ମାମଲାରେ ପଚରାଉଚରା ପାଇଁ ଦିଲ୍ଲୀ ପୁଲିସ ଅଲିମ୍ପିଆନ୍ ସୁଶୀଲ କୁମାରଙ୍କୁ ଖୋଜୁଥିଲେ ମଧ୍ୟ ସେ ଫେରାର ଅଛନ୍ତି। ପୁଲିସ ଭଗତୁ ଓ ରବୀନ୍ଦର ନାମକ ଦୁଇ ଜଣଙ୍କୁ ପଚରାଉଚରା କରିଥିଲେ ମଧ୍ୟ ଏତାଲାରେ ଥିବା ସୁଶୀଲ କୁମାର ଏବଂ ତାଙ୍କ ସାଥିମାନଙ୍କୁ ପାଉନାହାନ୍ତି। ପୁଲିସ ଆଗରେ କିନ୍ତୁ ରବୀନ୍ଦର କହିଛନ୍ତି ଘଟଣାଦିନ ସୁଶୀଲ ତାଙ୍କୁ ଭେଟିଥିଲେ ଏବଂ ଷ୍ଟାଡିୟମ୍ ବାହାରକୁ ଚାଲିଯିବାକୁ କହିଥିଲେ। ରବୀନ୍ଦର ଷ୍ଟାଡିୟମ୍ ଭିତରେ ରହୁଥିବା ବେଳେ ମୃତ ଧନକଡ଼ଙ୍କ ଦ୍ବାରା ନିଆଯାଇଥିବା ଭଡ଼ାଘରେ ଭଗତୁ ରହୁଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ସୁଶୀଲ କୁମାର, ଅଜୟ, ପ୍ରିନ୍ସ ଦଲାଲ, ସୋନୁ, ସାଗର, ଅମିତ କୁମାର ଓ ଅନ୍ୟମାନେ ଛତ୍ରଶାଳ ଷ୍ଟାଡିୟମ୍ର ପାର୍କିଂ ଅଞ୍ଚଳରେ ଗଣ୍ଡଗୋଳରେ ଲିପ୍ତ ଥିଲେ। ସାଗରଙ୍କ ବଂଧୁ ସୋନୁ ଏତାଲା ଦେଇଥିଲେ। ଅଭିଯୁକ୍ତଙ୍କ ନାମରେ ୩୦୨, ୩୬୫, ୧୨୦ (ବି) ଆଇପିସି ଧାରାରେ ମକଦ୍ଦମା ରୁଜୁ ହୋଇଛି। ଦେଶର ଏକମାତ୍ର କ୍ରୀଡ଼ାବିତ୍ ଭାବେ ଦୁଇଟି ବ୍ୟକ୍ତିଗତ ଅଲିମ୍ପିକ ପଦକ ଜିତିଥିବା ସୁଶୀଲ କୁମାର ମଧ୍ୟ ୨୦୧୭ ମସିହାରେ ପ୍ରବୀଣ କୁମାର ନାମକ ଜଣେ କୁସ୍ତିଯୋଦ୍ଧା ସହ ଗଣ୍ଡଗୋଳ କରିଥିବାର ପୂର୍ବ ରେକର୍ଡ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/susil.jpg)