ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ କୁସ୍ତିଯୋଦ୍ଧା ତଥା ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ଜାମିନରେ ତିହାର ଜେଲରୁ ବାହାରକୁ ଆସିଛନ୍ତି। ଦିଲ୍ଲୀ ହାଇକୋର୍ଟ ବିନା କାରଣରେ ମାମଲା ଦୀର୍ଘ ଦିନ ଧରି ଚାଲୁଥିବାରୁ ସୁଶୀଲଙ୍କୁ ଜାମିନ ଦେଇଥିଲେ । 

Advertisment

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜୁନିଅର ଜାତୀୟ କୁସ୍ତି ଚାମ୍ପିଅନ ସାଗର ଧନଖଡ଼ଙ୍କ ସହିତ ଏକ ସମ୍ପତ୍ତି ବିବାଦକୁ ସୁଶୀଲ କୁମାରଙ୍କ ଝଗଡ଼ା ହୋଇଥିଲା। ଏହି ସମୟରେ ସୁଶୀଲ ଧନଖଡ଼ଙ୍କ ଉପରେ ଆକ୍ରମଣ କରିଥିଲେ। ସୁଶୀଲଙ୍କ ଆକ୍ରମଣରେ ଧନଖଡ଼ଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଘଟଣାର ସଙ୍ଗେସଙ୍ଗେ ପୁଲିସ ସୁଶୀଲଙ୍କୁ ଗିରଫ କରି ନେଇଥିଲା। ଦୀର୍ଘ ଦିନ ଧରି ଜେଲରେ ଥିବା ସୁଶୀଲ କୁମାରଙ୍କୁ ସମ୍ପ୍ରତି ଆଶ୍ୱସ୍ତି ମିଳିଛି। 

ଜେଲରୁ ବାହାରିବା ପରେ ସୁଶୀଲ କୁମାର ଏବେ କ'ଣ କରୁଛନ୍ତି, ସେ ଚାକିରି କରିବେ କି ନାହିଁ। ତାଙ୍କୁ କେଉଁ ବିଭାଗରେ ଚାକିରି ମିଳିବ ଏନେଇ ଲୋକଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ରେଳବାଇ ପକ୍ଷରୁ ପ୍ରକାଶ କି ସୁଶୀଲ କୁମାର ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ତାଙ୍କ ଦାୟିତ୍ବ ତୁଲାଇ ପାରିବେ। ଏଥିରେ କୌଣସି ଅସୁବିଧା ନାହିଁ । ସୁଶୀଲ ଉତ୍ତର ରେଲୱେରେ କମର୍ସିୟାଲ ମ୍ୟାନେଜର ପଦରେ ନିଯୁକ୍ତ ଅଛନ୍ତି । ସେ ଏହି ବିଭାଗରେ କାମ କରି ତାଙ୍କ ସେବା ପ୍ରଦାନ କରି‌ବେ।