ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ କୁସ୍ତିଯୋଦ୍ଧା ଧାରଣାରେ ବସିଛନ୍ତି। ଏଭଳି ସମୟରେ ଭାରତୀୟ କୁସ୍ତିଯୋଦ୍ଧା ସଂଘର ନିର୍ବାଚନକୁ ସ୍ଥଗିତ ରଖି ଦିଆଯାଇଥିବା ଖବର ମିଳିଛି। ଏହି ନିର୍ବାଚନ ମଇ ୭ ତାରିଖରେ ହେବାକୁ ଥିଲା, ଯାହାକୁ ଏବେ ପାଇଁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ନୂଆଶୈଳୀରେ ନିର୍ବାଚନ ହେବ ବୋଲି କୁହାଯାଉଛି।
ସୂଚନାମୁତାବକ, ଭାରତୀୟ ଅଲମ୍ପିକ ସଂଘ ଏକ ସମିତି ଗଠନ କରିବ। ଏହି ସମିତି ଆଗାମୀ ୪୫ଦିନରେ କୁସ୍ତି ସଂଘର ନିର୍ବାଚନ ପୂରା କରାଇବ। ଏଥିସହିତ ଏହି ସମିତି ସେପର୍ଯ୍ୟନ୍ତ କୁସ୍ତି ସଂଘଙ୍କ ପ୍ରତିଦିନର କାମ ଦେଖିବ। ଇତି ମଧ୍ୟରେ ଜାନୁଆରିରେ ଗଠନ ହୋଇଥିବା ଓଭରସାଇଟ କମିଟି ନିଜର ରିପୋର୍ଟ ଦାଖଲ କରି ଦେଇଛି।
ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା ମହିଳା କୁସ୍ତିଯୋଦ୍ଧାମାନେ ସୁପ୍ରିମକୋର୍ଟରେ ପହଞ୍ଚି ଯାଇଛନ୍ତି। ବିନେଶ ଫୋଗାଟଙ୍କ ସମେତ ମୋଟ ୭ ଜଣ ଖେଳାଳି କୋର୍ଟରେ ପହଞ୍ଚି ଆବେଦନ କରି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦାବି କରିଛନ୍ତି। ଏହି ଆବେଦନର କୁହାଯାଇଛି କି, ଏପ୍ରିଲ ୨୧ରେ ଦିଲ୍ଲୀର କନ୍ନଟ ପ୍ଲେସ ପୁଲିସ ଷ୍ଟେସନରେ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନଶେଷଣ ଅଭିଯୋଗ ହୋଇଥିବା ସତ୍ତ୍ବେ ମାମଲା ରୁଜୁ ହୋଇ ନଥିଲା।