ଡବ୍ଲୁଟିଏ ମାନ୍ୟତା: ହାଲେପ୍‌ଙ୍କଠୁ ଦ୍ବିତୀୟ ସ୍ଥାନ ଛଡ଼ାଇନେଲେ କ୍ବିଟୋଭା

ପ୍ୟାରିସ୍‌: ଚେକ୍‌ ଗଣରାଜ୍ୟ ଲଳନା ପେଟ୍ରା କ୍ବିଟୋଭା ସୋମବାର ପ୍ରକାଶିତ ସାନି ଡବ୍ଲୁଟିଏ ମାନ୍ୟତାରେ ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଛନ୍ତି। ଏକ୍ଷେତ୍ରରେ ସେ ରୋମାନିଆର ସିମୋନା ହାଲେପ୍‌ଙ୍କୁ ଦ୍ବିତୀୟରୁ ତୃତୀୟ ସ୍ଥାନକୁ ଠେଲି ଦେଇଛନ୍ତି। ଗତ ରବିବାର ଷ୍ଟଟ୍‌ଗାର୍ଟ ପ୍ରତିଯୋଗିତା‌ରେ ଟ୍ରଫି ଜିତିବା ପରେ କ୍ବିଟୋଭା ବିଶ୍ବ ମାନ୍ୟତାରେ ପଦୋନ୍ନତି ପାଇଛନ୍ତି। ଚଳିତ ଋତୁରେ କ୍ଲେ କୋର୍ଟରେ ଦ୍ବିତୀୟ ଟ୍ରଫି ଜିଥିବା କ୍ବିଟୋଭା (୬୦୧୫) ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଥିବା ଜାପାନର ନାଓମି ଓସାକା (୬୧୫୧)ଙ୍କଠୁ ୧୩୬ ପଏଣ୍ଟ୍‌ ପଛରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜର୍ମାନିର ଆଞ୍ଜେଲିକ୍‌ କେର୍ବର, ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍‌କୋଭା, ୟୁକ୍ରେନ୍‌ର ଇଲିନା ସ୍ବିତୋଲିନା, ନେଦରଲାଣ୍ଡ୍‌ର କିକି ବର୍ତେନ୍‌ସ, ଆମେରିକାର ସ୍ଲୋଆନେ ଷ୍ଟିଫେନ୍‌ସ, ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି ଏବଂ ବେଲାରୁଷର ଆରୢନା ସାବାଲେଙ୍କା ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର