ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ : ରାହାଣେ, ଠାକୁରଙ୍କ ଲଢୁଆ ବ୍ୟାଟିଂ ଯୋଗୁଁ ଫଲୋ-ଅନ ଏଡ଼ାଇଲା ଭାରତ, ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍

କେନିଙ୍ଗଟନ ଓଭାଲ : କେନିଙ୍ଗଟନ ଓଭାଲଠାରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଭାରତ ନିଜର ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ ହୋଇଯାଇଛି । ଏହା ଫଳରେ ୧୭୩ ରନର ଅଗ୍ରଣୀ ସହ ଅଷ୍ଟ୍ରେଲିଆ ନିଜର ସ୍ଥିତିକୁ ସୁଦୃଢ କରିଛି ।

ଶୁକ୍ରବାରଦିନ ଭାରତ ନିଜର ଗତକାଲିର ସ୍କୋର ୫ ଓ୍ବିକେଟରେ ୧୫୧ ରନରୁ ଆଗକୁ ଖେଳିଥିଲା । ଦଳର ଆଗଧାଡ଼ିର ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିବାବେଳେ ଅଜିଙ୍କ୍ୟ ରାହାଣେ ଓ ଶାର୍ଦ୍ଦୁଲ ଠାକୁର ଲଢୁଆ ଖେଳ ଦେଖାଇଥିଲେ । ରାହାଣେ ୮୯ ରନ କରି ଆଉଟ ହୋଇଥିବାବେଳେ ଶାର୍ଦ୍ଦୁଲ ୫୧ରନ କରିଥିଲେ । ଉଭୟଙ୍କର ଏହି ଲଢୁଆ ପାର୍ଟନରସିପ ଯୋଗୁଁ ଭାରତ ଫଲୋ-ଅନ ଏଡ଼ାଇବାକୁ ସକ୍ଷମ ହୋଇଥିଲା । ଏହା ସତ୍ତ୍ବେ ଭାରତ ୨୯୬ରେ ଅଲଆଉଟ ହୋଇଯାଇଥିଲା । ଫଳରେ ଅଷ୍ଟ୍ରେଲିଆ ୧୭୩ରନରେ ଆଗୁଆ ରହିଛି ।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କମିନ୍ସ ୩ଟି ଓ୍ବିକେଟ ନେଇଥିବାବେଳେ କାମେରୁନ ଗ୍ରୀନ, ମିଚେଲ ଷାର୍କ ଓ ସ୍କଟ ବୋଲାଣ୍ଡ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଅଷ୍ଟ୍ରେଲିଆ ନିଜର ପ୍ରଥମ ପାଳିରେ ୪୬୯ରନ କରି ଅଲଆଉଟ ହୋଇଥିଲା ।

ସମ୍ବନ୍ଧିତ ଖବର