ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି)ର ଏକ ଚକ୍ର (ସାଇକେଲ) ଦୁଇ ବର୍ଷର ହୋଇଥାଏ ଏବଂ ଏହି ସମୟ ମଧ୍ୟରେ ଟେଷ୍ଟ ଖେଳୁଥିବା ଦେଶଗୁଡ଼ିକ ନିଜ ନିଜ ମଧ୍ୟରେ ଟେଷ୍ଟ ସିରିଜ ଖେଳନ୍ତି ଏବଂ ତା’ପରେ ଦୁଇ ବର୍ଷ ଶେଷରେ, ଡବ୍ଲୁଟିସି ପଏଣ୍ଟ ଟେବୁଲରେ ଶୀର୍ଷ-୨ରେ ଥିବା ଦଳଗୁଡ଼ିକ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଏ। ଏପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ତିନୋଟି ଫାଇନାଲ ଅନୁଷ୍ଠିତ ହୋଇସାରିଛି ଏବଂ ତିନୋଟିଯାକ ଫାଇନାଲ ଇଂଲଣ୍ଡରେ ଖେଳାଯାଇଛି। ବର୍ତ୍ତମାନ ଡବ୍ଲୁଟିସିର ଚତୁର୍ଥ ଚକ୍ର ଖେଳାଯାଉଛି, ଯାହାର ଫାଇନାଲ ୨୦୨୭ରେ ହେବ। ତେବେ ଏ ସଂପର୍କରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବଡ଼ ଘୋଷଣା କରିଛି ।
ଆଇସିସି ନିଶ୍ଚିତ କରିଛି ଯେ ପରବର୍ତ୍ତୀ ତିନୋଟି ଡବ୍ଲୁଟିସି ଫାଇନାଲ ଇଂଲଣ୍ଡ ମାଟିରେ ଅନୁଷ୍ଠିତ ହେବ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ୨୦୨୭ର ଫାଇନାଲ ଭାରତରେ ଅନୁଷ୍ଠିତ ହୋଇପାରିବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା, କିନ୍ତୁ ଏହି ଘୋଷଣା ସହ ଏସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ଆଇସିସି ଏହାର ପ୍ରେସ୍ ରିଲିଜରେ ସୂଚନା ଦେଇଛି ଯେ କେବଳ ୨୦୨୭ ନୁହେଁ ପରବର୍ତ୍ତୀ ଦୁଇଟି ଡବ୍ଲୁଟିସି ଫାଇନାଲ (୨୦୨୯ ଏବଂ ୨୦୩୧) ଆୟୋଜନ କରିବାର ଅଧିକାର ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡକୁ ଦିଆଯାଇଛି। ଏପରି ପରିସ୍ଥିତିରେ, ଆଇସିସି ନିଶ୍ଚିତ କରିଛି ଯେ ପରବର୍ତ୍ତୀ ତିନୋଟି ଡବ୍ଲୁଟିସି ଫାଇନାଲ ଇଂଲଣ୍ଡ ମାଟିରେ ଅନୁଷ୍ଠିତ ହେବ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ୨୦୨୭ର ଫାଇନାଲ ଭାରତରେ ଅନୁଷ୍ଠିତ ହୋଇପାରିବ ବୋଲି ପୂର୍ବରୁ ବହୁତ ଆଲୋଚନା ହେଉଥିଲା, କିନ୍ତୁ ଏହି ଘୋଷଣା ସହ ଏସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
Follow Us