ସେମି ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକଙ୍କ ହାତରେ ଆଘାତ

ନୂଆଦିଲ୍ଲୀ: ଆଗକୁ ଟି-୨୦, ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ସେମି ଫାଇନାଲ୍‌ ଖେଳିବ ଭାରତ। ମାତ୍ର ଖେଳ ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ପ୍ରାକ୍ଟିସ୍‌ ମ୍ୟାଚ୍‌ ସମୟରେ କ୍ଷତାକ୍ତ ହୋଇଛନ୍ତି ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ରୋହିତ ଶର୍ମା।

www.indiatoday.in

ପ୍ରାକ୍ଟିସ୍‌ ମ୍ୟାଚ୍‌ ସମୟରେ ରୋହିତ ଶର୍ମାଙ୍କ ଡାହାଣ ହାତରେ ଆଘାତ ଲାଗିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ତେବେ ସେମି ଫାଇନ‌ାଲ୍‌ ପୂର୍ବରୁ ଏପରି ଏକ ଅଘଟଣକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ରୋହିତ।

 

ହାତରେ ଆଘାତ ଲାଗିବା ପରେ ରୋହିତ ତାଙ୍କ ହାତରେ ଆଇସ୍‌ ପ୍ୟାକ୍‌ ଲଗାଇଥିଲେ। ଆଇସ୍‌ ପ୍ୟାକ୍‌ ଲଗାଇବାର ମାତ୍ର କିଛି ସମୟ ପରେ ପୁଣି ଥରେ ବ୍ୟାଟ୍‌ ଧରି ପ୍ରାକ୍ଟିସ୍‌ ଆରମ୍ଭ କରି ଦେଇଛନ୍ତି ସେ।

 

ଏଥିରୁ ସ୍ପଷ୍ଟ ହୋଇଛି ଯେ, କୌଣସି ବି ମତେ ସେମି ଫାଇନାଲ୍‌ ମ୍ୟାଚ୍‌କୁ ଖେଳିବାକୁ ଥିବା ଜୋଶ୍‌କୁ ରୋହିତ କମ୍‌ କରିବାକୁ ଦେଇନାହାନ୍ତି। ତାଙ୍କ ଅସୁସ୍ଥତା ମ୍ୟାଚ୍‌ ଉପରେ ପ୍ରଭାବ ପକାଇବ ନାହିଁ ଆଶା କରାଯାଉଛି।

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ରୋହିତ ଶର୍ମା ପ୍ରଥମ ଥର ପାଇଁ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି।

ସମ୍ବନ୍ଧିତ ଖବର