ଜାଭିୟର୍ସ କପ୍‌ ବାସ୍କେଟବଲ୍ ଆରମ୍ଭ

କଟକ: ଓଡ଼ିଶା ବାସ୍କେଟ୍‌ବଲ ସ˚ଘ, କଟକ ବାସ୍କେଟ୍‌ବଲ ସ˚ଘ ଓ ଜାଭିୟର୍ସ ସ୍କୁଲ୍‌ ମିଳିତ ଆନୁକୂଲ୍ୟରେ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଜାଭିୟର୍ସ କପ୍‌ ବାସ୍କେଟ୍‌ବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ଜାଭିୟର୍ସ ସ୍କୁଲ୍‌ ନିର୍ଦ୍ଦେଶକ ପ୍ରଭୂଚରଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ପ୍ରଶାନ୍ତ ଦାସ, ସୁବ୍ରତ କୁମାର ଜେନା, ଏ. ପରମାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମୀର˚ଜନ ସାମନ୍ତରାୟ, ପ୍ରିୟଦର୍ଶୀ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତିଯୋଗିତାରେ ବାଳକରେ ୨୩ ଓ ବାଳିକାରେ ୧୩ ଦଳ ଅ˚ଶଗ୍ରହଣ କରିଛନ୍ତି। ରାଜ୍ୟ ସ˚ଘ ସମ୍ପାଦକ ଅଶୋକ କୁମାର ସାହୁ, କଟକ ବାସ୍କେଟ୍‌ବଲ ସ˚ଘ ସମ୍ପାଦକ ଅଶୋକ କୁମାର ସାହୁ, ସ˚ଗଠନ ସମ୍ପାଦକ ମହେଶ କୁମାର ସାହୁ, କାର୍ତ୍ତିକ ବେହେରା, କୁନାଲ ବେହେରା, ଆଶିଷ ସାହୁ, ମନୋର˚ଜନ ବେହେରା, ରାଜେନ୍ଦ୍ର ପ୍ରସାଦ ଖୁଣ୍ଟିଆ, ଜ୍ଞାନ ଦାସ, ଇମ୍‌ତିଆଜ ଖାନ୍‌, ସନ୍ତୋଷ ଜେନା ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର