ଆନନ୍ଦପୁର: ଆନନ୍ଦପୁର ଷ୍ଟାଡିୟମରେ ଚାଲିଥିବା ପ୍ରଥମ କୁଶରଂଜନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲରେ କଟକ କ୍ରୀଡ଼ା ଛାତ୍ରାବାସକୁ ୧-୦ ଗୋଲ୍ରେ ପରାସ୍ତ କରି ଭୁବନେଶ୍ୱରର ୟାଜ୍ଦାନି କ୍ଲବ୍-୭୩ ବିଜେତା ହୋଇଛି। ପ୍ରଥମାର୍ଧ ଗୋଲ୍ ଶୂନ୍ୟ ରହିବା ପରେ ଦ୍ଵିତୀୟାର୍ଧରେ ହିଁ ୟାଜ୍ଦାନି ମ୍ୟାଚ୍ର ଏକମାତ୍ର ତଥା ବିଜୟ ସୂଚକ ଗୋଲ୍ କରିଥିଲା। ଉପବିଜେତା ଦଳର ଫ୍ରାନସିସି ଲାକ୍ରାଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଏବଂ ବିଜେତା ଦଳର ଦୀପକ ମିଂଜଙ୍କୁ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ସୁଜିତ୍ କୁମାର ପାତ୍ର ମ୍ୟାଚ୍ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ କୁମାର ପାଲ, ଉତ୍କଳମଣି ବେହେରା, ସୁଦୀପ କୁମାର ପାତ୍ର ତାଙ୍କୁ ସହଯୋଗ କରିଥିଲେ। ଆୟୋଜକ କମିଟିର ସଂପାଦକ ନବରଂଜନ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ସ୍ୱର୍ଗତ କୁଶରଂଜନଙ୍କ ବଡଭାଇ ପ୍ରଭାରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି, ରାଜ୍ୟ ଫୁଟ୍ବଲ ସଂଘର ଉପସଭାପତି ଭକ୍ତବଲ୍ଲଭ ଦାସ, ଜିଲ୍ଲା କ୍ରୀଡ଼ା ସଂସ୍ଥାର ସଂପାଦକ ଜନାର୍ଦନ ଦାସ, ୟୁନିଟ୍-୬ ଫୁଟ୍ବଲ ସଂଘର ସଭାପତି ତପନ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କୁଶରଂଜନଙ୍କ ସ୍ମୃତିରେ ଏଭଳି ପ୍ରତିଯୋଗିତା ଆୟୋଜନ କରାଯାଇଥିବାରୁ ଅତିଥିମାନେ ପ୍ରଶଂସା କରିଥିଲେ। ଚଳଚ୍ଚିତ୍ର ଅଭିନେତ୍ରୀ ଜିନା ସାମଲ ଓ ରୁଦ୍ର ପାଣିଗ୍ରାହୀ ଫାଇନାଲ୍ ମ୍ୟାଚ୍ର ମୁଖ୍ୟ ଆକର୍ଷଣ ଥିଲେ। ପ୍ରତିଯୋଗିତା କମିଟିର ସଦସ୍ୟ ମନୋରଂଜନ ପଟ୍ଟନାୟକ, ଶଶୀରଂଜନ ପଟ୍ଟନାୟକ, ବରିଷ୍ଠ ଖେଳାଳି ବିନୋଦ ମିଶ୍ର, ଅକ୍ଷୟ ମହାନ୍ତି, ଗଗନ ସିଂହ, ମୂରଲୀଧର ମିଶ୍ର, ପ୍ରସନ୍ନ ମିଶ୍ର, ମଦନ ପାଣି, ନିରାକାର ଦଳେଇ, ଦୁଲାଲ ଦାସ, ହାଡ଼ିବନ୍ଧୁ ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଫାଇନାଲରେ ୮ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥିଲା।
ୟାଜ୍ଦାନି କ୍ଲବ୍-୭୩ ବିଜେତା
କୁଶରଂଜନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍ବଲ୍
/sambad/media/post_attachments/wp-content/uploads/2018/03/kusa-ranjan-FootBall.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)