ଖଣ୍ଡଗିରି: ୟାଜ୍ଦାନୀ କ୍ଲବ-୭୩ ଏଠାରେ ଚାଲିଥିବା ୨୫ତମ ତମାଣ୍ଡୋ କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ ପ୍ରବେଶ କରିଛି। ଶୁକ୍ରବାର ଦୁଇ ଭୁବନେଶ୍ୱର ଦଳ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ୍ରେ ୟାଜ୍ଦାନୀ କ୍ଲବ-୭୩ ୨-୦ ଗୋଲ୍ରେ ସଂଘର୍ଷ କ୍ଲବ୍କୁ ପରାସ୍ତ କରିଦେଇଛି। ପ୍ରଥମାର୍ଧର ୧୧ ମିନିଟ୍ରେ ୟାଜ୍ଦାନୀର ସୁଦାନ ଖେଳାଳୀ ଓଜିଲ୍ ଗୋତିକ୍ୱେଟ୍ଙ୍କ ଏକ ସୁନ୍ଦର ପାସ୍କୁ ସିଦ୍ଧାନ୍ତ ଦାସ ଜୋର୍ଦାର୍ ସଟ୍ ଜରିଆରେ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ଦେଇଥିଲେ। ଏଥି ସହିତ ଦଳ ୧-୦ର ଅଗ୍ରଣୀ ପାଇଥିଲା। ସଂଘର୍ଷ କ୍ଲବ୍ ଗୋଲ୍ ଶୁଝିବାର ବହୁ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲା। ସଂଘର୍ଷ କ୍ଲବର ନାଇଜେରୀୟ ଖେଳାଳୀ ବି ନିଉଟନ୍ ଓ ଜୟନ୍ତ ରାଉତଙ୍କ ଦୁଇଟି ସୁଯୋଗକୁ ୟାଜ୍ଦାନୀ ରକ୍ଷଣଭାଗ ନିଷ୍ଫଳ କରିଦେଇଥିଲେ। ତେବେ ଦ୍ୱିତୀୟାର୍ଧରେ ୪୪ ମିନିଟ୍ରେ ରାକେଶ ଏକ୍କା ଏକ ଗୋଲ୍ କରି ୟାଜ୍ଦାନୀ ବ୍ୟବଧାନ ବଢ଼ାଇଥିଲେ। ମ୍ୟାଚ୍ ପରିଚାଳନା କରିଥିଲେ ଶିବପ୍ରସାଦ ଦାସ, ଟି ମୋହନ ରାଓ, ପ୍ରିୟବ୍ରତ ବାହିନୀପତି ଓ ବେଣୁଧର ଦାସ। ଶୁକ୍ରବାର ମ୍ୟାଚ୍ରେ ଫର୍ଚୁନ୍ ଇମ୍ଫ୍ରାର ନିର୍ଦେଶକ ଦେବକାନ୍ତ ପଟ୍ଟନାୟକ, ଜଟଣୀ ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ବିଜୟ ଛୋଟରାୟ ଅତିଥିଭାବେ ଯୋଗ ଦେଇ ସଂଘର୍ଷ କ୍ଲବର ଜୟନ୍ତ ରାଉତଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଶନିବାର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଅନୁଗୁଳ ପତାକା ଏକେ କ୍ଲବ୍କୁ ଜଟଣୀ ରେଳବାଇ କ୍ଲବ୍ ଭେଟିବ।
ତମାଣ୍ଡୋ କପ୍ ଫାଇନାଲ୍ରେ ୟାଜ୍ଦାନୀ
/sambad/media/post_attachments/wp-content/uploads/2017/10/Cricket-bat-and-ball-generic-Getty-social.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)