ୟଶଙ୍କ ଇନଷ୍ଟା ଆକାଉଣ୍ଟରୁ କିଏ କଲା ପୋଷ୍ଟ? କ୍ରିକେଟରଙ୍କ ଅଜାଣତରେ ତାଙ୍କ ଆକାଉଣ୍ଟରୁ କରାଗଲା ୨ଟି ପୋଷ୍ଟ

ନୂଆଦିଲ୍ଲୀ: ଚର୍ଚ୍ଚାରେ ଗୁଜରାଟ ଟାଇଟନ୍ସର ଦ୍ରୁତ ବୋଲର ୟଶ ଦୟାଲ। ନିକଟରେ ନିଜର ଇନଷ୍ଟା ପୋଷ୍ଟ ପାଇଁ ବିବାଦୀୟ ହୋଇପଡ଼ିଥିଲେ ୟଶ। ଏହା ପରେ ସେ କ୍ଷମା ମାଗି ଆଉ ଏକ ପୋଷ୍ଟ କରିଥିଲେ। ହେଲେ ଏବେ ସେ ନିଜର ବିବୃତି ଜାରି କରି କହିଛନ୍ତି ଯେ, ୨ଟି ଯାକ ପୋଷ୍ଟ ସେ କରିନାହାନ୍ତି। ତାଙ୍କ ବିବୃତି ପରେ କିଏ ତାଙ୍କ ଆକାଉଣ୍ଟରୁ ପୋଷ୍ଟ କଲା ବୋଲି ପ୍ରଶ୍ନ ଉଠିଛି।

ସୂଚନା ମୁତାବକ, ଦୟାଲ ପ୍ରଥମେ ଇନଷ୍ଟାରେ ଏକ ବିବାଦୀୟ ଷ୍ଟୋରୀ ସେୟାର କରିଥିଲେ ଯାହାକୁ ସେ ତୁରନ୍ତ ହଟାଇ ଦେଇଥିଲେ। ଦିଲ୍ଲୀରେ ୧୬ବର୍ଷୀୟ ସାକ୍ଷୀଙ୍କୁ ତାଙ୍କ‌ ପ୍ରେମିକ ୨୦ଥର ଛୁରି ଭୁସି ହତ୍ୟା କରିବା ପ୍ରସଙ୍ଗକୁ ନେଇ ଇନଷ୍ଟା ଷ୍ଟୋରୀ ରଖିଥିଲେ ୟଶ। ଏନେଇ ବିବାଦ ହେବାରୁ ସେ ତୁରନ୍ତ ଏହାକୁ ହଟାଇବା ସହ କ୍ଷମା ମାଗି ଇନଷ୍ଟାରେ ଏକ ପୋଷ୍ଟ କରିଥିଲେ। ସେଥିରେ ଲେଖାଥିଲା, ଷ୍ଟୋରୀକୁ ନେଇ ମୁଁ କ୍ଷମା ମାଗୁଛି। ଭୁଲରେ ତାହା ପୋଷ୍ଟ ହୋଇଥିଲା। ଦୟାକରି ଘୃଣା ବିସ୍ତାର କରନାହିଁ। ପ୍ରତି ସମ୍ପ୍ରଦାୟ ଓ ସମାଜ ପାଇଁ ମୋର ସମ୍ମାନ ରହିଛି।

ହେଲେ ଏବେ ୟଶ କହିଛନ୍ତି ଯେ, ତାଙ୍କ ଇନଷ୍ଟା ହ୍ୟାଣ୍ଡଲରେ କରାଯାଇଥିବା ୨ଟି ପୋଷ୍ଟ ସେ କରିନାହାନ୍ତି। ତାଙ୍କ ଆକାଉଣ୍ଟ ଆଉ କେହି ବ୍ୟବହାର କରି ଏଭଳି ପୋଷ୍ଟ କରୁଛି।

ସମ୍ବନ୍ଧିତ ଖବର