ପୂର୍ବତନ କ୍ରିକେଟ୍ ଖେଳାଳି ଯଶପାଲ ଶର୍ମାଙ୍କ ପରଲୋକ, ୧୯୮୩ ବିଶ୍ବକପ ବିଜୟୀ ଦଳର ସଦସ୍ୟ ଥିଲେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଯଶପାଲ ଶର୍ମାଙ୍କର ଆଜି ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା ।

୧୯୮୩ ବିଶ୍ବକପ ବିଜୟୀ ଭାରତୀୟ କ୍ରିକେଟ ଦଳର ସଦସ୍ୟ ଭାବେ ସେ ଜଣାଶୁଣା ଥିଲେ । ଉକ୍ତ ବିଶ୍ବକପର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ସେ ଉପଯୋଗୀ ଇନିଂସ ଖେଳି ଦଳକୁ ଚାମ୍ପିଅନ କରିବାରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେମିଫାଇନାଲ ମ୍ୟାଚରେ ସେ ଇଂଲଣ୍ଡ ବିରୋଧରେ ୬୧ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ।

ସେ ଭାରତ ପାଇଁ ୪୨ଟି ଟେଷ୍ଟ ଓ ୩୭ଟି ଦିନିକିଆ ଖେଳିଥିଲେ । ୧୯୭୯ରୁ ୧୯୮୩ ପର୍ଯ୍ୟନ୍ତ ସେ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟିଂର ଜଣେ ନିୟମିତ ସଦସ୍ୟ ଥିଲେ । ୨୦୦୮ରେ ତାଙ୍କୁ ଜାତୀୟ ଦଳର ଚୟନକର୍ତ୍ତା ନିଯୁକ୍ତ କରାଯାଇଥିଲା । ସେ ମଧ୍ୟ ଜଣେ ଲୋକପ୍ରିୟ ଭାଷ୍ୟକାର ଭାବେ ଜଣାଶୁଣା ଥିଲେ । ତାଙ୍କ ପରଲୋକରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଶୋକ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର