ନୂଆଦିଲ୍ଲୀ: ଭାରତୀୟ ଲେଗ୍ ସ୍ପିନର ପ୍ରବୀଣ ତାମ୍ବେ ୱେଷ୍ଟଇଣ୍ଡିଜ୍ରେ ଆୟୋଜିତ କାରିବୀୟ ପ୍ରିମିୟର ଲିଗ୍ (ସିପିଏଲ୍) ଖେଳିବାରେ ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଛନ୍ତି। ଏହି ୪୮ ବର୍ଷ ବୟସ୍କ ଭାରତୀୟ ବୁଧବାର ତାଙ୍କ ପଦାର୍ପଣ ମ୍ୟାଚ୍ ଖେଳିଥିଲା ବେଳେ ଗୋଟିଏ ୱିକେଟ୍ ମଧ୍ୟ ଦଖଲ କରିଛନ୍ତି। କିରଣ ପୋଲାର୍ଡଙ୍କ ନେତୃତ୍ବାଧୀନ ତ୍ରିବାଙ୍ଗୋ ନାଇଟ୍ ରାଇଡର୍ସ (ଟିକେଆର୍) ଦଳ ପକ୍ଷରୁ ଖେଳିଛନ୍ତି ତାମ୍ବେ। ଦଳର ପ୍ରମୁଖ ସ୍ପିନର ସୁନିଲ ନରିନ୍ ଆହତ ହେବାରୁ ସୌଭାଗ୍ୟବଶତଃ ତାମ୍ବେଙ୍କୁ ଖେଳିବାର ସୁଯୋଗ ମିଳିଥିଲା। ନିଜର ପ୍ରଥମ ଓଭରରେ ହିଁ ତାମ୍ବେ ୱିକେଟ୍ ଅକ୍ତିଆର କରି ପଦାର୍ପଣକୁ ସ୍ମରଣୀୟ କରିଛନ୍ତି। ପାଳିର ଏକାଦଶ ଓଭରରେ ତାମ୍ବେ ପ୍ରତିପକ୍ଷ ସେଣ୍ଟ୍ ଲୁସିଆ ଜୌକ୍ସର ଆଫ୍ଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ନାଜିବୁଲା ଜଦ୍ରାନ୍ଙ୍କୁ ଶିକାର କରିଥିଲେ। ଅବଶ୍ୟ ୧୮ ଓଭର ପରେ ବର୍ଷା ଯୋଗୁଁ ବାଧାପ୍ରାପ୍ତ ଏହି ପାଳିରେ ତାମ୍ବେଙ୍କୁ ଗୋଟିଏ ଓଭରରୁ ଅଧିକ ବୋଲିଂ ମିଳିପାରିନଥିଲା।
୪୮ ବର୍ଷୀୟ ତାମ୍ବେ ସିପିଏଲ୍ରେ ପ୍ରଥମ ଭାରତୀୟ
/sambad/media/post_attachments/wp-content/uploads/2020/08/tambe.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)