ଚୀନ୍ ସୀମାରେ ଯୋଗବ୍ୟାସ

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ବେସାମରିକ ବ୍ୟକ୍ତି ଭାବେ ଏଭରେଷ୍ଟ ବିଜୟୀ ପର୍ବତାରୋହୀ ଯୋଗବ୍ୟାସ ଭୋଇ ସିଆଚେନ ଅଞ୍ଚଳର ଦୀକ୍ଷିତ, ହୁନ୍ଧର ଓ ସିଆଚେନ ଟ୍ରାନଜିଟ କ୍ୟାମ୍ପ ପ୍ରତାପପୁର ଦେଇ ଦେଶର ହିମାଳୟାନ ଗ୍ରାମ ଥାଙ୍ଗଠାରେ ପହଞ୍ଚିଛନ୍ତି। ଏହି ଗ୍ରାମ ଦେଇ ଭାରତରୁ ସେଓକ ନଦୀ ପାକିସ୍ଥାନର ଗିଲଗିଟ, ବାଲଟିସ୍ଥାନକୁ ଯାଇଛି। ଏହି ଦୁର୍ଗମ ଅଞ୍ଚଳରେ ଭାରତୀୟ ସୈନିକମାନେ କିଭଳି ରହୁଛନ୍ତି ଏବଂ ଦେଶର ସୁରକ୍ଷାରେ ମହତ୍ବପୂର୍ଣ୍ଣ ଭୂମିକା ତୁଲାଉଛନ୍ତି, ସେ ଜ୍ଞାନ ଆହରଣ କରିଥି‌ଲେ ଯୋଗବ୍ୟାସ। ସେହିଭଳି ଭାରତ-ଚୀନ୍‌ ସୀମାନ୍ତରେ ଥିବା ରିଜାଙ୍ଗ୍‌ଲା ଜିରୋ ଲାଇନ୍ ଅଞ୍ଚଳକୁ ବି ଯାଇଥିଲେ ଯୋଗବ୍ୟାସ।

ଏଠାରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଥିଲା ବେଳେ ତାପମାତ୍ର ସଂପ୍ରତି -୧୫ରୁ -୩୫ ଡିଗ୍ରି ମଧ୍ୟରେ ରହୁଛି। ଚୀନ୍‌ ଜିରୋ ଲାଇନ୍‌ରେ ଛାଗା ଗ୍ରାମ ଅତିକ୍ରମ କଲାପରେ ରିଯାଙ୍ଗଲା ଅଞ୍ଚଳର ଛୁସୁଲ ଗ୍ରାମ ଅବସ୍ଥିତ ଯାହା ଭାରତର ଅନ୍ତିମ ଗ୍ରାମ ଅଟେ। ଏହିଠାରେ ମଧ୍ୟ ଅହୀର ଧାମ ତଥା ରିଜାଙ୍ଗ୍‌ଲା ଯୁଦ୍ଧ ସ୍ମୃତି ରହିଛି। ୧୯୬୨ ମସିହା ଭାରତ-ଚୀନ୍‌ ଯୁଦ୍ଧ ଏହି ସ୍ଥାନରେ ହୋଇଥିଲା। ପ୍ରତିକୂଳ ପରିସ୍ଥିତିରେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଉଥିବା ଭାରତର ବୀର ସୈନିକମାନଙ୍କୁ ପ୍ରତ୍ୟେକ ଭାରତୀୟ ହୃଦୟର ଗଭୀରତମ କୋଣରୁ ସମ୍ମାନ ଦେବା ସହ ସହଯୋଗ କରିବାକୁ ଯୋଗବ୍ୟାସ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର