ଚେନ୍ନାଇ: ସମ୍ଭବତଃ ନିଜର ଶେଷ ଆଇପିଏଲ୍‌ ଖେଳୁଥିବା ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଘୃଣା କରିବାକୁ ହେଲେ ଜଣଙ୍କୁ ପ୍ରକୃତ ସୈତାନ ହେବାକୁ ପଡ଼ିବ ବୋଲି ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି। ଏକ ସାକ୍ଷତକାରରେ ହାର୍ଦ୍ଦିକ କହିଛନ୍ତି ଯେ, ସେ ‌ସବୁବେଳେ ଧୋନିଙ୍କର ବଡ଼ ପ୍ରଶଂସକ ରହିବେ। ତାଙ୍କର ଯେଉଁଭଳି ଫ୍ୟାନ୍‌ ବେସ୍‌ ରହିଛି ଏବଂ ତାଙ୍କୁ ଭଲପାଉଥିବା ଲୋକଙ୍କ ସଂଖ୍ୟାକୁ ଦେଖିଲେ, ଜଣେ ପ୍ରକୃତ ସୈତାନ ହିଁ ତାଙ୍କୁ ଘୃଣା କରିପାରିବ ବୋଲି ସେ କହିଛନ୍ତି। ଧୋନିଙ୍କ ଖେଳ ଦେଖିଦେଖି ସେ ଅନେକ କ୍ରିକେଟ୍‌ କୌଶଳ ଶିଖିଛନ୍ତି। ସମସ୍ତେ ଭାବନ୍ତି ଧୋନି ବହୁତ ଗଭୀର ଚିନ୍ତାରେ ଥା’ନ୍ତି। କିନ୍ତୁ ମୋ ପାଇଁ ସେ ଭଲ ମଜା କରିପାରନ୍ତି। ତାଙ୍କୁ ମହେନ୍ଦ୍ର ସିଂହ ଧୋନି ଅପେକ୍ଷା ଜଣେ ବଡ଼ ଭାଇ ଭାବେ ତାଙ୍କଠୁ ସବୁବେଳେ ଶିଖିଆସିଛି। ଗୁଜରାଟ ଟାଇଟନ୍ସ ମଧ୍ୟ ତାହାର ‌ଟ୍ବିଟର ପେଜ୍‌ରେ ଧୋନିଙ୍କୁ ମହାନ ଅଧିନାୟକ ଭାବେ ଦର୍ଶାଇଛି।