ଲିମେରିକ (ଆୟର୍ଲାଣ୍ଡ) : ଭାରତୀୟ ତୀରନ୍ଦାଜ ପ୍ରିୟାଂଶ ଏଠାରେ ଆୟୋଜିତ ବିଶ୍ବ ଯୁବ ତୀରନ୍ଦ‌ାଜି ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ୨୧ ବର୍ଷରୁ କମ୍‌ କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗର ଫାଇନାଲ୍‌ରେ ସେ ୧୪୭-୧୪୧ରେ ସ୍ଲୋଭେନିଆର ଅଲ୍‌ଜାଜ ବ୍ରେଙ୍କଙ୍କୁ ପରାସ୍ତ କରି ଏହି ଗୌରବ ପାଇଛନ୍ତି। ତାଙ୍କ ପୂର୍ବରୁ ଅଦିତି ସ୍ବାମୀ ୧୪୨-୧୩୬ରେ ଆମେରିକାର ଲିନ ଡ୍ରାକେଙ୍କୁ ହରାଇ ୧୯ ବର୍ଷରୁ କମ୍‌ ମହିଳା ମୁକୁଟ କରାୟତ୍ତ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ ୫ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୯ ପଦକ ଜିତିଛି।