ୟଙ୍ଗ୍‌ ଇଣ୍ଡିଆ କର୍ପୋରେଟ୍‌ କ୍ରିକେଟ୍‌ ଲିଗ୍‌ ନିଲାମରେ ୨୫୦ ଖେଳାଳି

ଭୁବନେଶ୍ବର: କର୍ପୋରେଟ୍‌ କ୍ରିକେଟ୍‌ କ୍ଲବ୍‌ ଓ ୟଙ୍ଗ୍‌ ଇଣ୍ଡିଆ ଭୁବନେଶ୍ବର ଚାପ୍ଟର ମିଳିତ ଭାବେ ୟଙ୍ଗ୍‌ ଇଣ୍ଡିଆ କର୍ପୋରେଟ୍‌ କ୍ରିକେଟ୍‌ ଲିଗ୍‌ ଫେବ୍ରୁଆରି ୩ ତାରିଖରୁ ସୋଆ ଷ୍ଟାଡିୟମରେ ଖେଳାଯିବ। ଏଥିଲାଗି ଶନିବାର ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ୨୫୦ ଖେଳାଳି ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ୮ ଦଳ ରୟାଲ ରେଞ୍ଜର୍ସ, ବ୍ଲୁଟେକ୍‌ ସ୍ମାରର୍ସ, ସର୍ଜିକାଲ ଷ୍ଟ୍ରାଇକର୍ସ, ସ୍ପାର୍ଟନ୍‌ ଏକାଦଶ, ରୟାଲ କ୍ରିକେଟ୍‌ ଡେୟାରଡେଭିଲ୍ସ, କ୍ଲାଉଡ୍ସ ଏକାଦଶ, କଳିଙ୍ଗ ପାନ୍ଥର୍ସ, ଭୁବନେଶ୍ବର ଜିଆଣ୍ଟ୍ସ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର