ନୂଆଦିଲ୍ଲୀ: ଫିଟ୍ନେସ୍ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଶ୍ରେଷ୍ଠ ଆଥ୍ଲେଟ୍ମାନଙ୍କ ମଧ୍ୟରୁ ଅନ୍ୟତମ ଗଣାଯା'ନ୍ତି। ଅନ୍ୟ କ୍ରିକେଟର୍ଙ୍କ ତୁଳନାରେ ତାଙ୍କ ଫିଟ୍ନେସ୍ ସ୍ତର ଢେର ଉପରେ। ସେଥିପାଇଁ ସାରା ବିଶ୍ବରେ ସେ ଅନ୍ୟତମ ଫିଟେଷ୍ଟ କ୍ରିକେଟର୍ ଭାବେ ପରିଗଣିତ। କ୍ରିକେଟ ପ୍ରତି ସେ କେତେ ପରିମାଣରେ ଉତ୍ସର୍ଗିକୃତ ତାହା ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରୁ ଦେଖିବାକୁ ମିଳେ। କୋହଲିଙ୍କ ଫିଟ୍ନେସ୍ ମନ୍ତ୍ରକୁ ପୂରା ଭାରତୀୟ ଦଳ କାହିଁକି ଅନ୍ୟ ଦଳମାନଙ୍କ ଦ୍ବାରା ମଧ୍ୟ ପ୍ରଣୟନ କରାଯାଇଛି। ଭାରତୀୟ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର୍ ଶ୍ରୀଧରଙ୍କଠାରୁ ପୂର୍ବତନ ଫିଜିଓ ପାଟ୍ରିକ୍ ଫର୍ହାତ୍ଙ୍କ ପର୍ଯ୍ୟନ୍ତ ସମସ୍ତେ କୋହଲିଙ୍କୁ ତାଙ୍କ ଫିଟ୍ନେସ୍ ପାଇଁ ପ୍ରଶଂସା କରନ୍ତି। ଏପରିକି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ତଥା ଏବର ପାକିସ୍ତାନୀ ବୋଲିଂ ପ୍ରଶିକ୍ଷକ ୱକାର ୟୁନିସ୍ ମଧ୍ୟ ସମାନ ପିଟ୍ନେସ୍ ପାଇଁ ଗତମାସରେ ଏକ ସାକ୍ଷାତକାର ଅବସରରେ କୋହଲିଙ୍କୁ ପ୍ରଶଂସା କରିଥିଲେ। ଫିଟ୍ନେସ୍ ଦିଗରେ ନିଜର ଉତ୍ସର୍ଗିକୃତ ମନୋଭାବ କୋହଲିଙ୍କୁ କ୍ରିକେଟ୍ରେ ଜଣେ ଭିନ୍ନ ଭାବେ ଚିତ୍ରଣ କରିଥାଏ ବୋଲି ୟୁନିସ୍ କହିଥିଲେ। ସମସ୍ତ ଫର୍ମାଟ୍ରେ କୋହଲିଙ୍କ ସଂପୃକ୍ତି ତାଙ୍କ ଫିଟ୍ନେସ୍ର ବଳିଷ୍ଠ ପ୍ରମାଣ ଦେଇଥାଏ। ଏହା ମଧ୍ୟ ହେବା ଉଚିତ। ଖାସ୍ ସେଇଥିପାଇଁ କୋହଲିଙ୍କୁ ଭାରତର ପ୍ରମୁଖ ଆଥ୍ଲେଟ୍ କୁହାଯାଉଛି।
ଏହାକୁ ୟୁନିସ୍ ସ୍ବୀକାର କରିଥିଲେ। ସାରା ବିଶ୍ବର ଖେଳାଳିଙ୍କ ପାଇଁ ଫିଟ୍ନେସ୍ ଦୃଷ୍ଟିରୁ ସେ ଉଦାହରଣ ପାଲଟି ଯାଇଛନ୍ତି। ତାଙ୍କୁ ଏକ୍ଷେତ୍ରରେ ପଛରେ ପକାଇବା କଷ୍ଟକର। ଆଉ ସେହି ଦୃଷ୍ଟିରୁ ସେ ସର୍ବଦା ଫିଟ୍ ରହୁଛନ୍ତି ଏବଂ ସମସ୍ତଙ୍କ ମୁହଁରେ ତାଙ୍କ ଗୁଣଗାନ ହେଉଛି। ସେ ଶ୍ରେଷ୍ଠ ବୋଲି ତୁମକୁ ପ୍ରମାଣିତ କରିବାକୁ ଚାହୁଁଛନ୍ତି। ସେ ଜଣେ ଲଢ଼ୁଆ ପ୍ରବୃତ୍ତିର ଖେଳାଳି। ସେଥିପାଇଁ ଆମେ ସମସ୍ତେ ତାଙ୍କ ଭଲପାଉ ବୋଲି କହିଛନ୍ତି ୟୁନିସ୍। ହେଲେ ତାଙ୍କ ପିଲାମାନେ ତଥା ପାକିସ୍ତାନ ଖେଳାଳିମାନେ କୋହଲିଙ୍କଠୁ ଏକ୍ଷେତ୍ରରେ ପଛରେ ପଡ଼ିଯାଇନାହାନ୍ତି ବୋଲି ୟୁନିସ୍ କହିଛନ୍ତି। ପାକିସ୍ତାନ ଖେଳାଳିମାନେ ଫିଟ୍ନେସ୍ରେ ତାଙ୍କ ସମକକ୍ଷ ହୋଇପାରିବେ। ନିସନ୍ଦେହରେ କୁହାଯାଇପାରିବ ଆମ (ପାକିସ୍ତାନ)ର ଅଧିକାଂଶ ଖେଳାଳିଙ୍କ ଫିଟ୍ନେସ୍ ସ୍ତର ଉଚ୍ଚ ରହିଛି। ବିଶେଷକରି ତୁମେ ବାବର ଆଜମ୍ଙ୍କ ଉଦାହରଣ ନେଇପାର। ସେ ଖୁବ୍ ଫିଟ୍। ସେ ମଧ୍ୟ ଉନ୍ନତ ପ୍ରଦର୍ଶନ କରୁଛନ୍ତି। ସାହିନ ଶାହା ଆଫ୍ରିଦି ମଧ୍ୟ ସୁପର ଫିଟ୍। ଆମେ ଆମ ନିଜର ପ୍ରଚେଷ୍ଟର କରିଛୁ। କାହାରିକୁ ନକଲ କରିନାହୁଁ। ଯାହାକି ପାକିସ୍ତାନ କ୍ରିକେଟକୁ ସୁହାଇବ ଏବଂ ଦଳକୁ ଆଗକୁ ବଢ଼ିବାରେ ସହାୟକ ହେବ ସେଭଳି ଫିଟ୍ନେସ୍ କାର୍ଯ୍ୟପନ୍ଥା ଧାର୍ଯ୍ୟ କରିଛୁ ବୋଲି କହିଛନ୍ତି ୟୁନିସ୍। ଏହାସତ୍ତ୍ବେ ଏବେଠାରୁ ପ୍ରଶିକ୍ଷଣ ଶିବିରରେ ଆମ ଖେଳାଳିମାନେ ଫିଟ୍ନେସ୍ ସ୍ତରରେ ଉନ୍ନତି ଆଣିପାରିବେ ଏବଂ କଠୋର ପରିଶ୍ରମ କରି ଏହାକୁ ବିଶ୍ବସ୍ତରୀୟ କରିପାରିବୁ ବୋଲି ୟୁନିସ୍ କହିଛନ୍ତି। ୟୁନିସ୍ଙ୍କ କହିବା କଥା ହେଲା, ପାକିସ୍ତାନ ଏବେ ଇଂଲଣ୍ଡ ସହ ୩ ଟେଷ୍ଟ୍ ଏବଂ ୩ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବକାକୁ ଯାଉଛି। ସେଥିପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି। ଅଗଷ୍ଟ ୫ ତାରିଖରୁ ମାଞ୍ଚେଷ୍ଟରରେ ପ୍ରଥମ ଟେଷ୍ଟ୍ ଆରମ୍ଭ ହେବ ବୋଲି ୟୁନିସ୍ ସୂଚନା ଦେଇଛନ୍ତି।