ଯୁବା ବାସ୍କେଟବଲ୍‌ ସେମିରେ ସାଇନିଂ ଷ୍ଟାର-ଏମ୍‌ବିସି, କେବିଡବ୍ଲୁ-ସରୋଜ ଓ୍ଵାରିୟର୍ସ

ଭୁବନେଶ୍ୱର: ସହିଦ ନଗରସ୍ଥିତ ସନ୍‌ସାଇନ୍‌ ଯୁବ ସଂଘ ଆନୁକୂଲ୍ୟରେ ଇମ୍ଫା ପାର୍କ ବାସ୍କେଟ୍‌ବଲ୍‌ ପଡ଼ିଆରେ ଚାଲିଥିବା ଯୁବା ବାସ୍କେଟ୍‌ବଲ୍‌ ପ୍ରତିଯୋଗିତାର ଶନିବାର ସେମିଫାଇନାଲ୍‌ରେ ସାଇନିଂ ଷ୍ଟାର ଓ ଏମ୍‌ବିସି ଏବଂ କେବିଡବ୍ଲୁ ଓ ସରୋଜ ଓ୍ଵାରିୟର୍ସ ମୁହାଁମୁହିଁ ହେବେ। ଏମ୍‌ବିସି ୩୧-୧୬ରେ ବ୍ରହ୍ମପୁରକୁ, କେବିଡବ୍ଲୁ ୭୧-୪୯ରେ ଯୁବା ଦଳକୁ ଏବଂ ସରୋଜ ଓ୍ଵାରିୟର୍ସ ୪୫-୨୭ରେ ୟଙ୍ଗ୍‌ ବ୍ଲଡ୍‌କୁ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ସରୋଜ କୁମାର ପାତ୍ର, ଦୀପକ କୁମାର ଦାସ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର