ଭୁବନେଶ୍ୱର: ଯୁବ ଆଇ-ଲିଗ୍ ଫୁଟ୍ବଲ୍ (୧୫ ବର୍ଷରୁ କମ୍) ପ୍ରତିଯୋଗିତାର ପ୍ଲେ ଅଫ୍ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ବୁଧବାର ପଦାର୍ପଣରେ ଗ୍ରୁପ୍ ବିଜେତା ହୋଇ ନୂଆ ଅଧ୍ୟାୟ ସଂଯୋଗ କରିଥିବା ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ୨-୦ ଗୋଲ୍ରେ କୋକୁଳମ୍ କେରଳ ଏଫ୍ସିକୁ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। ଏଥି ସହ ଦଳର ପରବର୍ତୀ ରାଉଣ୍ଡ୍ ଯୋଗ୍ୟତା ଅର୍ଜନ ସମ୍ଭାବନା ଉଜ୍ୱୀବୀତ ହୋଇଛି। ସୋମବାର ପ୍ଲେ ଅଫ୍ର ପ୍ରଥମ ମୁକାବିଲାରେ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ଓଡ଼ିଶା ଦଳ ୧-୧ ଗୋଲ୍ରେ ଏମ୍ଏସ୍ପି (ମାଲାବର ସ୍ପେଶାଲ୍ ପୁଲିସ୍) ଏଫ୍ସି ନିକଟରୁ ହାରିଯାଇଥିଲା। ବୁଧବାର କିନ୍ତୁ ରଘୁ ମାରାଣ୍ଡିଙ୍କ ଦୁଇ ପ୍ରଥମାର୍ଧ ଗୋଲ୍ (୧୨ ଓ ୨୬ ମିନିଟ୍) ବଳରେ ଓଡ଼ିଶା ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚ୍ରେ ମଧ୍ୟ ରଘୁ ଦଳର ଏକମାତ୍ର ଗୋଲ୍ ଦେଇଥିଲେ। ରଘୁଙ୍କ ଦୁଇ ସୁପର୍ ଷ୍ଟ୍ରାଇକ୍ ପରେ ଦ୍ୱିତୀୟାର୍ଧରେ ଓଡ଼ିଶା ଦଳର ରକ୍ଷଣଭାଗ ଖେଳାଳିମାନେ ଏହାକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଥିଲେ। ସୂଚନାଯୋଗ୍ୟ, ଗୋକୁଲମ୍ ଦଳ ବରିଷ୍ଠ ବର୍ଗ ଆଇ ଲିଗ୍ରେ ଖେଳୁଥିବା ଅନ୍ୟତମ ପ୍ରମୁଖ କ୍ଲବ୍। ଫଳରେ ଓଡ଼ିଶା ପାଇଁ ଏହି ବିଜୟ ଆତ୍ମବିଶ୍ୱାସ ଯୋଗାଇଛି। ଓଡ଼ିଶା ନିଜର ଶେଷ ପ୍ଲେ ଅଫ୍ରେ ଶୁକ୍ରବାର ମୀନର୍ଭା ପଞ୍ଜାବ ଏଫ୍ସିକୁ ଭେଟିବ। ଗତ ଡିସେମ୍ବରରେ ପୁନେରେ ଅବଶିଷ୍ଟ ଭାରତ ଜୋନ୍ର ଗ୍ରୁପ୍ ‘ସି’ରେ ବିଜେତା ହୋଇଥିଲା।
ଗୋକୁଳମ ଏଫ୍ସିକୁ ହରାଇଲା ଓଡ଼ିଶା
ଯୁବ ଆଇ-ଲିଗ୍ ଫୁଟ୍ବଲ୍
/sambad/media/post_attachments/wp-content/uploads/2018/01/11-Raghu-Marandi.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)