ଯୁବ ଆଇ-ଲିଗ୍‌ ଫୁଟ୍‌ବଲ୍‌: ଓଡ଼ିଶାର ଦ୍ୱିତୀୟ ବିଜୟ

ଭୁବନେଶ୍ୱର: ଯୁବ ଆଇ-ଲିଗ୍‌ ଫୁଟ୍‌ବଲ୍‌ (୧୫ ବର୍ଷରୁ କମ୍‌) ପଦାର୍ପଣରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପୁନେରେ ଚାଲିଥିବା ଅବଶିଷ୍ଟ ଭାରତ ଜୋନ୍‌ର ଗ୍ରୁପ୍‌ ‘ସି’ରେ ନିଜର ପ୍ରଥମ ମ୍ୟାଚ୍‌ରେ ଫତେ ହାଇଦ୍ରାବାଦ ଏଏଫ୍‌ସିକୁ ୯-୦ ଗୋଲ୍‌ରେ ପରାସ୍ତ କରିଥିବା ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ବୁଧବାର ଦ୍ୱିତୀୟ ମ୍ୟାଚ୍‌ରେ ଅନନ୍ତପୁର କ୍ରୀଡ଼ା ଏକାଡେମିକୁ ୨-୦ ଗୋଲ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ର ୭୩ ମିନିଟ୍‌ରେ ରଘୁ ମାରାଣ୍ଡି ଓ ୮୮ ମିନିଟ୍‌ରେ ସମୀର କେର୍‌କେଟାଙ୍କ ଗୋଟିଏ ଲେଖାଏଁ ଗୋଲ୍‌ କରି ଓଡ଼ିଶାକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ପୂର୍ବ ମ୍ୟାଚ୍‌ରେ ମଧ୍ୟ ରଘୁ ଗୋଟିଏ ଓ ସମୀର ୨ ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର