ଯୁବ ଆଇ-ଲିଗ୍‌ ଫୁଟ୍‌ବଲ୍‌: ଲଢ଼ୁଆ ପ୍ରଦର୍ଶନ କରି ହାରିଲା ଓଡ଼ିଶା

ଭୁବନେଶ୍ୱର: ଯୁବ ଆଇ-ଲିଗ୍‌ ଫୁଟ୍‌ବଲ୍‌ (୧୫ ବର୍ଷରୁ କମ୍‌) ପ୍ରତିଯୋଗିତାର ପଦାର୍ପଣରେ ଗ୍ରୁପ୍‌ ବିଜେତା ହୋଇ ନୂଆ ଅଧ୍ୟାୟ ସଂଯୋଗ କରିଥିବା ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ସୋମବାର ପ୍ଲେ ଅଫ୍‌ରେ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‌ ‘ଏ’ର ପ୍ରଥମ ମୁକାବିଲାରେ ଓଡ଼ିଶା ଦଳ ଏମ୍‌ଏସ୍‌ପି (ମାଲାବର ସ୍ପେଶାଲ୍‌ ପୁଲିସ୍‌) ଏଫ୍‌ସି ନିକଟରୁ ଶେଷ ୧୫ ମିନିଟ୍‌ରେ ୨ ଗୋଲ୍‌ ବରଣ କରିଥିଲା। ରଘୁ ମାରାଣ୍ଡିଙ୍କ ଷଷ୍ଠ ମିନିଟ୍‌ ପେନାଲଟି କିକ୍‌ ଗୋଲ୍‌ ବଳରେ ଓଡ଼ିଶା ଦଳ ୭୫ ମିନିଟ୍‌ ପର୍ଯ୍ୟନ୍ତ ୧-୦ରେ ଆଗୁଆ ରହିଥିଲା। କିନ୍ତୁ ୭୫ ଓ ୮୨ ମିନିଟ୍‌ରେ ଦୁଇଟି ଗୋଲ୍‌ ବରଣ କରି ବିଜୟ ସୁଯୋଗ ହାତଛଡ଼ା କରିଦେଲା। ଓଡ଼ିଶା ନିଜର ପରବର୍ତୀ ମ୍ୟାଚ୍‌ରେ ବୁଧବାର କୋକୁଳମ୍‌ କେରଳ ଏଫ୍‌ସି ଏବଂ ଶୁକ୍ରବାର ମୀନର୍ଭା ପଞ୍ଜାବ ଏଫ୍‌ସିକୁ ଭେଟିବ। ଡିସେମ୍ବରରେ ପୁନେରେ ଅବଶିଷ୍ଟ ଭାରତ ଜୋନ୍‌ର ଗ୍ରୁପ୍‌ ‘ସି’ରେ ବିଜେତା ହୋଇଥିଲା

ସମ୍ବନ୍ଧିତ ଖବର