ଯୁବ ଜାତୀୟ ଟେନିସ୍‌ ଭଲିବଲ୍‌ ୨୪ରୁ

ଭୁବନେଶ୍ୱର: ପ୍ରଥମ ଥର ଲାଗି ଓଡ଼ିଶାରେ ଜାତୀୟ ମିନି ଓ ଯୁବ ଟେନିସ୍‌ ଭଲିବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡ଼ିଶା ଟେନିସ୍‌ ଭଲିବଲ୍‌ ସଂଘ ଆନୁକୂଲ୍ୟରେ ପାଣ୍ଡରାସ୍ଥିତ ହାଇଟେକ୍‌ ଭେଷଜ ମହାବିଦ୍ୟାଳୟଠାରେ ଶୁକ୍ରବାରଠୁ ଏହା ଆରମ୍ଭ ହେବ। ୩ ଦିନ ଧରି ହେବାକୁଥିବା ଏହି ପ୍ରତିଯୋଗିତା ରବିବାର ଶେଷ ହେବ। ଏଥିରେ ୨୦ ରାଜ୍ୟରୁ ୪୦୦ରୁ ଅଧିକ ପ୍ରତିଯୋଗୀଙ୍କ ସମେତ ୧୦୦ ଅଧିକାରୀ ଯୋଗଦେବାର ସମ୍ଭାବନା ରହିଛି ବୋଲି ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ଅଧ୍ୟକ୍ଷ ଡକ୍ଟର ପ୍ରେମ ରଂଜନ ଓଝା କହିଛନ୍ତି। ଉଭୟ ବଳକ ଓ ବାଳିକାରେ ଏକକ, ଯୁଗଳ ସହ ମିଶ୍ରିତ ଯୁଗଳରେ ମୁକାବିଲା ହେବ। ବିଜେତା ଓ ଉପବିଜେତାଙ୍କୁୁ ଟ୍ରଫି ସହ ୨୦,୦୦୦ ଓ ୧୫,୦୦୦ ଏବଂ ତୃତୀୟ ଦଳକୁ ୧୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିମାନେ ଜାତୀୟ ଦଳ ଲାଗି ଚୟନ ହେବେ ବୋଲି ଶ୍ରୀ ଓଝା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ଶଶିକାନ୍ତ ନାୟକ ଏବଂ ସଂଘର ସଦସ୍ୟ ବିଭୁ ଶତପଥୀ ଉପସ୍ଥିତ ଥିଲେ। ଏଥିସହ ଏହି ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ମଧ୍ୟ ଘୋଷିତ ହୋଇଥିଲା।

ଯୁବ ଦଳ: ସ୍ମୃତି ରଂଜନ ପ୍ରଧାନ, ଅସିତ କୁମାର ଦାସ, ଶ୍ରୀକାନ୍ତ ବେହେରା, ଲକ୍ଷ୍ମୀଧର ବାରିକ, ସୌରଭ ତ୍ରିପାଠୀ, ଚିତ୍ତରଂଜନ ସାହୁ, ଶଶାଙ୍କ ଶେଖର ଦେବ, ସୌମ୍ୟ ରଂଜନ ଓଝା (ବାଳକ), ସୀମାରାଣୀ ନାୟକ, ପୂଜାରାଣୀ ଘଡ଼େଇ, ଶ୍ରଦ୍ଧାଞ୍ଜଳି ନାୟକ, ଅକ୍ଷୟଜ୍ୟୋତି କାରା, ସ୍ୱାଗତିକା ତୁର୍କ, ପିନାକି ସ୍ୱାଇଁ, ପୁଷ୍ପାଞ୍ଜଳି ବାରିକ, ଚନ୍ଦ୍ରକାନ୍ତି ରାଉତ (ବାଳିକା), ଆଶୁତୋଷ ପାତ୍ର (ପ୍ରଶିକ୍ଷକ), ସ୍ମୃତିରଂଜନ ମହାପାତ୍ର (ପ୍ରବନ୍ଧକ)।

ମିନି ଦଳ: ସୋହନ ରାୟ, ଦେବାଶିଷ ନାୟକ, ଅଂଶୁମାନ ପାତ୍ର, ରାହୁଲ ମଲ୍ଲିକ, ଷ୍ଟଲନ୍‌ ମିଲନ ରାଉତରାୟ, ଶିବପ୍ରସାଦ ପାଇକରାୟ, ଅଭିଜିତ୍‌ ରାଉତ (ବାଳକ), ସରୋଜିନୀ ସାମଲ, ସୁରେଖା ନାଥ (ବାଳିକା), ଶ୍ରୀଧର ମହାନ୍ତି (ପ୍ରଶିକ୍ଷକ)।

ସମ୍ବନ୍ଧିତ ଖବର