ବୁଏନସ୍ ଏରିସ୍: ଚଳିତ ଯୁବ ଅଲିମ୍ପିକ୍ସ ମହିଳା ୫-ଏ ସାଇଡ୍ ହକିରେ ବୁଧବାର ଭାରତ ହ୍ୟାଟ୍ରିକ୍ ବିଜୟ ପାଇଛି। ଅଷ୍ଟ୍ରିଆକୁ ୪-୨ ଏବଂ ଉରୁଗୁଏକୁ ୨-୧ ଗୋଲ୍ରେ ହରାଇଥିବା ଭାରତ ବୁଧବାର ଭାନୁଆତୁକୁ ୧୬-୦ ଗୋଲ୍ର ବୃହତ୍ ବ୍ୟାବଧାନରେ ହରାଇ ହ୍ୟାଟ୍ରିକ ସଫଳତା ପାଇଛି। ଏଥି ସହ ଭାରତ ମଧ୍ୟ ୨ ମ୍ୟାଚ୍ ପୂର୍ବରୁ କ୍ବାର୍ଟର୍ ଫାଇନାଲ୍ରେ ପହଞ୍ଚିଯାଇଛି। ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ମମ୍ତାଜ ଖାନ୍ (୮, ୧୧, ୧୨, ୧୫ ମିନିଟ୍) ୪ ଗୋଲ୍ ଦେଇଥିଲା ବେଳେ ଚେତ୍ନା (୬, ୧୪, ୧୭ ମିନିଟ୍) ହ୍ୟାଟ୍ରିକ୍ ଅର୍ଜନ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟିକା ସଲିମା ତେତେ (୪, ୧୩ ମିନିଟ୍), ରୀତ (୩, ୧୬ ମିନିଟ୍), ବଲ୍ଜିତ କୌର (୫, ୫ ମିନିଟ୍) ଦୁଇଟି ଲେଖାଏଁ ଏବଂ ଇସିକା ଚୌଧୁରୀ (୨୦ ମିନିଟ୍) ଗୋଟିଏ ଗୋଲ୍ ଦେଇଥିଲେ।
ଟିଟି ସେମିଫାଇନାଲ୍ରେ ଅର୍ଚନା
ଭାରତୀୟ ଲଳନା ଅର୍ଚନା ଗିରିସ କାମାଥ ଚଳିତ ଯୁବ ଅଲିମ୍ପିକ୍ସ େଟବୁଲ ଟେନିସ୍ (ଟିଟି) ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ବୁଧବାର କ୍ବାର୍ଟର ଫାଇନାଲେର ସେ ୪-୩ରେ ଆଜରବାଇଜାନ୍ର ନିଙ୍ଗ ଜିଙ୍ଗ୍ଙ୍କୁ ହରାଇ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ସେମିଫାଇନାଲ୍ରେ ଅର୍ଚନା ଚୀନ୍ର ୟିଙ୍ଗ୍ସା ସୁନ୍ଙ୍କୁ ଭେଟିବେ।