ବୁଏନସ୍ ଏରିସ୍: ଯୁବ ଅଲିମ୍ପିକ୍ସରେ ମଙ୍ଗଳବାର ଭାରତକୁ ଦୁଇଟି ସ୍ବର୍ଣ୍ଣ ମିଳିଛି। ବାଳିକା ୧୦ ମିଟର ଏୟାର ପିସ୍ତଲରେ ମନୁ ଭାକର୍ ଏବଂ ଶକ୍ତିଉତ୍ତୋଳନରେ ଜେରେମି ଲାଲରିନୁଙ୍ଗ (୬୨ କିଲୋଗ୍ରାମ) ଏହି ଦୁଇ ସ୍ବର୍ଣ୍ଣ ଜିତି ଭାରତକୁ ଐତିହାସିକ ସଫଳତା ଦେଇଥିଲେ। ଏହି ଦୁଇ ସ୍ବର୍ଣ୍ଣ ସହ ଭାରତ ମୋଟ ଉପରେ ୫ ପଦକ ହାସଲ କରି ଯୁବ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି। ପୂର୍ବରୁ ବନ୍ଧୁକଚାଳନାରେ ତୁଷାାର ମାନେ, ମେହୁଲି ଘୋଷ ଏବଂ ଜୁଡ଼ୋରେ ତବାବି ଦେବୀ ଥାଙ୍ଗଜାମ ୩ ରୌପ୍ୟ ପଦକ ଜିତିଥିଲେ। ଭାରତ ୨୦୧୦ରେ ୬ ରୌପ୍ୟ, ୨ କାଂସ୍ୟ ଏବଂ ୨୦୧୪ରେ ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତିଥିଲା।
ଯୁବ ଅଲିମ୍ପିକ୍ସ: ମନୁ, ଜେରେମିଙ୍କୁ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2018/10/2-Jeremy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)