ରେଢାଖୋଲ: ସମ୍ବଲପୁରଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ ଯୁଯୁମୁରା ରେଙ୍ଗାଲିସ୍ଥିତ ଐତିହସିକ ରଜାଚୌରି ଖେଳ ପଡ଼ିଆରେ ଖେଳାଯାଉଥିବା ୨୪ତମ ସହିଦ ଶୁକଦେବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ମ୍ୟାଚ୍‌ରେ ଆୟୋଜକ ମାରୁତି କ୍ରିକେଟ କ୍ଲବ ଜେ.ରେଙ୍ଗାଲିକୁ ହରାଇ ୱାଇଏସସିସି ବଲାଙ୍ଗୀର ସେମି ଫାଇନାଲରେ ପ୍ରବେଶ କରିଛି। ବଲାଙ୍ଗୀର ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୩ ଉଇକେଟ ହରାଇ ୩୪୪ ରନ କରିଥିଲା। ଦଳର ରାହୁଲ ସାହୁ ୮୩ ବଲ୍ ରୁ୧୬୦ ରନ, ଋଷି ମେହେର ୬୪ ବଲରୁ ୧୦୬ ରନ ଏବଂ ଧର୍ମେନ୍ଦ୍ର ମିଶ୍ର ୩୯ ରନ୍‌ କରିଥିଲେ। ବିପକ୍ଷ ରେଙ୍ଗାଲିର ପ୍ରିନ୍ସ ମେହେର, ଗୁଲୁ ସାହୁ ଓ ବବଲୁ ମିର୍ଦ୍ଧା ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। 

Advertisment

ଜବାବରେ ଜେ. ରେଙ୍ଗାଲି ୧୯.୨ ଓଭର ରେ ସମସ୍ତ ଉଇକେଟ ହରାଇ ୧୩୧ ରନ କରି ପରାସ୍ତ ହୋଇଥିଲା। ଦଳର ଜୟ ବନଛୋର ୩୮ ଓ ପ୍ରିନ୍ସ ମେହେର ୩୫ ରନ କରିଥିଲେ। ବିପକ୍ଷ ବଲାଙ୍ଗୀରର ଧର୍ମେନ୍ଦ୍ର ମିଶ୍ର, ବିଶ୍ବ ରଞ୍ଜନ ସିଂ ,ରାକେଶ ସାହୁ, ଋଷି ମେହେର ପ୍ରତ୍ୟେକ ୨ ଟି ଲେଖାଏଁ  ଓ ରାହୁଲ ସାହୁ ଗୋଟିଏ ଉଇକେଟ ନେଇଥିଲେ। ଫଳରେ ବଲାଙ୍ଗୀର ବିଜୟୀ ହୋଇ ତୃତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। 

ଆହୁରି ପଢ଼ନ୍ତୁ: Cricket: ଭାରତ-ପାକିସ୍ତାନ ମ୍ୟାଚ୍ ବର୍ଜନ ନିଷ୍ପତ୍ତିରେ ଆଇସିସି ଚିନ୍ତିତ

ପୀତାମ୍ବର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଧନୁପାଲି, ସମ୍ବଲପୁର ଏଚଡିଏଫସିର ଶାଖା ପରିଚାଳକ ରଞ୍ଜନ ସାହୁ ଓ ମାର୍କେଟିଙ୍ଗ ମୁଖ୍ୟ ପ୍ଲାବନ ବାବୁ ଅତିଥି ଭାବେ ଯୋଗଦେଇ ବଲାଙ୍ଗୀର ର ରାହୁଲ ସାହୁ ଙ୍କୁ ପ୍ଲେଆର ଅଫ ଦି ମ୍ୟାଚ୍‌ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍‌ରେ ଓସିଏ ମାନ୍ୟତାପ୍ରାପ୍ତ ରାଜା ରଣା ଓ ରତନ ସେଠୀ ଅମ୍ପାୟାର, କିରଣ ଭୋଇ ସ୍କୋରିଂ ଏବଂ ରାକେଶ ସେଠୀ ଓ ତରୁଣ ନାଏକ ଧାରାବିବରଣୀ ପ୍ରଦାନ କରିଥିଲେ। ବୁଧୁବାର ମ୍ୟାଚ ଟି ଜିମଖାନା ରାଉରକେଲା ଓ ପ୍ରୋଗ୍ରସିଭ ଝାରସୁଗୁଡ଼ା ମଧ୍ୟରେ ହେବ ବୋଲି ଆୟୋଜକ ବିଜୟ ଜେନା ପ୍ରକାଶ କରିଛନ୍ତି। 

ଆହୁରି ପଢ଼ନ୍ତୁ: Bhadrak Police: ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରନ୍ତୁ ନାହିଁ: ପୁଲିସ