ନୂଆଦିଲ୍ଲୀ: ଯୁବରାଜ ସିଂହଙ୍କ ଭଳି ଜଣେ ଖେଳାଳିଙ୍କୁ ପଡ଼ିଆ ଭିତରେ ବିଦାୟ ସମ୍ବର୍ଧନା ଦିଆଯିବ ଉଚିତ ଥିଲା। ଏକଥା କହିଛନ୍ତି ଭାରତକୁ ପ୍ରଥମ ଥର ପାଇଁ ବିଶ୍ବକପ୍ ଭେଟି ଦେଇଥିବା ଅଧିନାୟକ କପିଳ ଦେବ। ଯୁବି ଏକ ବିଦାୟୀ ମ୍ୟାଚ୍ ଖେଳିବାର ହକ୍ଦାର ଥିଲେ। କିନ୍ତୁ ତାଙ୍କୁ ଏଭଳି ସୁଯୋଗ ନମିଳିବା ଦୁଃଖଦାୟକ ବୋଲି କପିଳ ମତ ରଖିଛନ୍ତି। ତଥାପି କପିଳ ଦେବ ତାଙ୍କ ସର୍ବକାଳୀନ ଏକାଦଶ ଦଳରେ ଯୁବିଙ୍କୁ ସ୍ଥାନ ଦେବେ ବୋଲି କହିଛନ୍ତି। ଏ ସମ୍ପର୍କରେ ୨୦୧୧ ବିଶ୍ବକପ୍ ବିଜେତା ଦଳର ମହାନାୟକ ଯୁବି କିମ୍ବା ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) କେହି ବି କିଛି ନକହିବା ପରିତାପର ବିଷୟ ବୋଲି କପିଳ ପ୍ରକାଶ କରିଛନ୍ତି।
ଯୁବରାଜଙ୍କୁ ପଡ଼ିଆରେ ବିଦାୟ ମିଳିବା କଥା: କପିଳ
/sambad/media/post_attachments/wp-content/uploads/2019/06/Yuvraj-Singh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)