ଭୁବନେଶ୍ୱର: ନିମପୁର ସ୍ପାର୍ଟସ କ୍ଲବ୍କୁ ପରାସ୍ତ କରି ଭୁବନେଶ୍ୱରର କ୍ରାଉନ୍ ସ୍ପୋର୍ଟିଂ ଜଗତସିଂହପୁରରେ ଚାଲିଥିବା ଯୁଗଜ୍ୟୋତି କ୍ରିକେଟ୍ ପ୍ରତିଯୋଗିତାରେ ବିଜେତା ହୋଇଛି। ପ୍ରତୀକ ତ୍ରିପାଠୀ (୩୧), ଅଜୟ ରାଉତ (୩୯), ବଳରାମ ବେହେରା (୩୫)ଙ୍କ ସହାୟତାରେ ନିମ୍ପୁର ୧୬୫ ରନ୍ କରିଥିଲା। ପ୍ରତିପକ୍ଷର ଆଶିଷ ପ୍ରଧାନ ୩ ଓ୍ଵିକେଟ୍ ନେଇଥିବାବେଳେ ବ୍ରତୀ ସୁନ୍ଦର ବେହେରା ଓ ଶିଶିର ବେହେରା ୨ ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ଜବାବରେ କ୍ରାଉନ୍ ସ୍ପୋର୍ଟିଂ ୨୭.୧ ଓଭରରେ ୬ ଓ୍ଵିକେଟ୍ରେ ୧୬୬ ରନ୍ ସଂଗ୍ରହ କରି ନେଇଥିଲା। ଦେବରାଜ କର (୬୪, ୫୦ ବଲ୍), କିଷାନ ରଥ (୩୯), ସୌମ୍ୟଜିତ ପାଣ୍ଡବ (୨୦) ଦଳକୁ ବିଜୟୀ କରାଇଥିଲେ। ନିମପୁର ପକ୍ଷରୁ ଆଲୋକ ସେଠୀ ୨ ଏବଂ ସଂଜିତ ଦାସ ଗୋଟିଏ ଓ୍ଵିକେଟ୍ ନେଇଥିଲେ। ଦେବରାଜ କର ଓ କିଷାନ ରଥ ଯଥାକ୍ରମେ ଫାଇନାଲ୍ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭରତ ଦାସ ଶ୍ରେଷ୍ଠ ଓ୍ଵିକେଟ୍ ରକ୍ଷକ ସମ୍ମାନ ପାଇଥିଲେ।
ଯୁଗଜ୍ୟୋତି କ୍ରିକେଟ୍: କ୍ରାଉନ୍କୁ ମୁକୁଟ
/sambad/media/post_attachments/wp-content/uploads/2018/01/crown-1.jpg)