ଭୁବନେଶ୍ବର : ଜଗତସିଂହପୁର ନବପାଟଣାର ନନ୍ଦାବତୀ ଷ୍ଟାଡିୟମରେ ଚାଲିଥିବା ଯୁଗଜ୍ୟୋତି କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ଗ୍ରିନ୍ସ କ୍ରିକେଟ୍ ଏକାଡେମି ପ୍ରବେଶ କରିଛି। ଗୁରୁବାର ସେମିଫାଇନାଲରେ ଏହି ଦଳ ଗୋଟିଏ ୱିକେଟ୍ରେ ରାମେଶ୍ୱର ସ୍ପୋର୍ଟିଂକୁ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାମେଶ୍ୱର ନିର୍ଦ୍ଧାରିତ ୩୦ ଓଭରରେ ୭ ୱକେଟ୍ ହରାଇ ୧୭୧ ରନ୍ କରିଥିଲା। ଶ୍ରୀକାନ୍ତ ଗୌଡ଼ ୩୪* ଏବଂ ମଣିତେଜ ଓ ଗିରିଜା ୨୮ ରନ୍ ଲେଖାଏଁ କରିଥିଲେ। ଗ୍ରିନ୍ସ ପକ୍ଷରୁ ରଶ୍ମି ରଞ୍ଜନ ସାହୁ ଏବଂ ରାଜେଶ ପାତ୍ର ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଗ୍ରିନ୍ସ ୯ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ରଶ୍ମି ରଞ୍ଜନ ସାହୁ ୪୨, ରିତେଶ ଜେନା ୨୭ ଓ ରାଜେଶ ପାତ୍ର ୨୬ ରନ୍ କରିଥିଲେ। ରାମେଶ୍ୱର ପକ୍ଷରୁ ଲୁଲୁ ମହାନ୍ତି ଓ ନିରଞ୍ଜନ ଗୌଡ଼ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ରଶ୍ମି ରଞ୍ଜନଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।
ଯୁଗଜ୍ୟୋତି କ୍ରିକେଟ୍: ଫାଇନାଲ୍ରେ ଗ୍ରିନ୍ସ ଏକାଡେମି
/sambad/media/post_attachments/wp-content/uploads/2021/02/fh4f5s6hfs65h4f5s6hs65h465.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)