ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ପର୍ଯ୍ୟାୟରେ ୟୁକି

ମେଲ୍‌ବର୍ନ: ଭାରତୀୟ ଟେନିସ୍‌ ତାରକା ୟୁକି ଭାମ୍ବ୍ରି ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିଛନ୍ତି। ୨୫ ବର୍ଷର୍ୀୟ ୟୁକି ରବିବାର ଯୋଗ୍ୟାତା ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ୧-୬, ୬-୩, ୬-୩ ସେଟ୍‌ରେ କାନାଡାର ପିଟର ପୋଲାନ୍‌ସ୍କିଙ୍କୁ ହରାଇଥିଲେ। ପ୍ରଥମ ସେଟ୍‌କୁ ୧-୬ରେ ହାରିବା ପରେ ୟୁକି ପରବର୍ତ୍ତୀ ଦୁଇ ସେଟ୍‌କୁ ଜିତି ତୃତୀୟ ଥର ଲାଗି ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ରେ ସ୍ଥାନ ପକ୍କା କରିଥିଲେ। ୨୦୦୯ କନିଷ୍ଠ ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁକୁଟ କରାୟତ କରିଥିବା ୟୁକି ୨୦୧୫ ଓ ୨୦୧୬ରେ ମୁଖ୍ୟ ଡ୍ର’ରେ ପହଞ୍ଚିଥିଲେ। ହେଲେ ଉଭୟ ଥର ପ୍ରଥମ ପର୍ଯ୍ୟାୟରୁ ଯଥାକ୍ରମେ ଆଣ୍ଡି ମରେ ଏବଂ ଥୋମାସ୍‌ ବର୍ଦିକ୍‌ଙ୍କଠୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର