ଫାଓ ଲିଗ୍‌: ୟଙ୍ଗ୍‌ ଉତ୍କଳ କ୍ଲବ୍‌ ବିଜୟୀ

ଭୁବନେଶ୍ୱର: ଚଳିତ ବର୍ଷର ଫାଓ ଲିଗ୍‌ ପ୍ରଥମ ଡିଭିଜନ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ୟଙ୍ଗ୍‌ ଉତ୍କଳ କ୍ଲବ୍‌ ଏକପାଖିଆ ବିଜୟ ହାସଲ କରିଛି। ଏହି ଦଳ ୪-୦ ଗୋଲ୍‌ରେ କିଶୋର କ୍ଲବ୍‌କୁ ପରାସ୍ତ କରିଦେଇଛି। ତପନ ସିଂହ (୫୯ ଓ ୭୦ ମିନିଟ୍‌) ଦୁଇଟି ଗୋଲ୍‌ କରିଥିଲା ବେଳେ ରାକେଶ ସାହୁ (୧୮ ମିନିଟ୍‌) ଓ ଦୀନବନ୍ଧୁ ଦାସ (୭୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ି ବ୍ୟବଧାନ ବଢ଼ାଇଥିଲେ। ଆସନ୍ତାକାଲି ଆଜାଦ୍‌ହିନ୍ଦ୍‌ କ୍ଲବ୍‌-ଚାନ୍ଦ୍‌ କ୍ଲବ୍‌ ଏବଂ ରାଧାରମଣ କ୍ଲବ୍‌-ବିଡାନାସୀ କ୍ଲବ୍‌ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର