ନୂଆଦିଲ୍ଲୀ: ପୂର୍ବତନ ଅଲ୍ରାଉଣ୍ଡର ଯୁବରାଜ ସିଂହ ସୋମବାର ସଚିନ ତେନ୍ଦୁଲକରଙ୍କ ଶେଷ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ କଥା ମନେ ପକାଇଛନ୍ତି। ୨୦୧୩ ନଭେମ୍ବର ୧୬ ତାରିଖରେ ମାଷ୍ଟର ବ୍ଲାଷ୍ଟର ଭାବେ ପରିଚିତ ତେନ୍ଦୁଲକର ନିଜ ଦୁଇ ଦଶନ୍ଧିର କ୍ରିକେଟ୍ ଜୀବନରୁ ଅବସର ନେଇଥିଲେ। ସେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ମୁମ୍ବାଇସ୍ଥିତ ନିଜ ଘରୋଇ ପଡ଼ିଆରେ ଖେଳିଥଲେ। ତାହା ମଧ୍ୟ ଥିଲା ତେନ୍ଦୁଲକରଙ୍କ ୨୦୦ତମ ଟେଷ୍ଟ୍ ମ୍ୟାଚ୍। ସୋମବାର ନିଜ ଅବସରର ୭ ବର୍ଷ ପୂର୍ତ୍ତିରେ ତେନ୍ଦୁଲକର ନିଜ ଟ୍ବିଟର୍ ପୃଷ୍ଠାରେ ଏକ ଭିଡିଓ ପୋଷ୍ଟ୍ କରି ଲେଖିଥିଲେ ଯେ ‘ସେଦିନର ଉପହାର ଏବଂ ଇଣ୍ଡିଜ୍ ପକ୍ଷରୁ ସମ୍ମାନ ଓ ଭଲ ପାଇବା ଅତି ଚମତ୍କାର ଥିଲା।’ ଏହି ଭିଡିଓର ଜବାବରେ ଯୁବି ଲେଖିଥିଲେ, ‘‘ଏହି ‘ପବିତ୍ର ଦିନ’କୁ କେବେ ଭୁଲି ହେବନି। ଆପଣ ପଡ଼ିଆରୁ ଅବସର ନେଇଛନ୍ତି ସତ କିନ୍ତୁ ଆମ ହୃଦୟରୁ ନେଇ ପାରିବନି। ମାଷ୍ଟର ବ୍ଲାଷ୍ଟର ତୁମେ ସର୍ବକାଳୀନ ଶ୍ରେଷ୍ଠ।’’
ସଚିନଙ୍କୁ ଯୁବିଙ୍କ ଭାବପୂର୍ଣ୍ଣ ବାର୍ତ୍ତା, ଆମ ହୃଦୟରୁ ତୁମେ ଅବସର ନେଇପାରିବ ନାହିଁ
/sambad/media/post_attachments/wp-content/uploads/2020/06/sachin-and-yuvi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)