ଚଣ୍ଡିଗଡ: କରୋନା ମୁକାବିଲା ଲାଗି ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କ ଦାତବ୍ୟ ପ୍ରତିଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ତୀବ୍ର ସମାଲୋଚିତ ହୋଇଛନ୍ତି। ଆଫ୍ରିଦିଙ୍କ ପ୍ରତିଷ୍ଠାନକୁ ଖୋଲା ମନରେ ଦାନ କରିବାକୁ ଯୁବିଙ୍କୁ ଭାରତୀୟ ସ୍ପିନର ହରଭଜନ ସିଂହ କିଛି ଦିନ ତଳେ ଅନୁରୋଧ କରିଥିଲେ। ଯୁବି ତାଙ୍କ ଅନୁରୋଧକୁ ରକ୍ଷା କରି ଆଫ୍ରିଦିଙ୍କ ପ୍ରତିଷ୍ଠାନକୁ ଆର୍ଥିକ ସହାୟତା ଦେଇଥିଲେ। ତେବେ ଭାରତୀୟ କ୍ରିକେଟ୍ ପ୍ରେମୀ ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ମାତ୍ର କିଛି ମାସ ତଳେ ଆଫ୍ରିଦି ଅନ୍ତର୍ଜାତୀୟ ସୀମାକୁ ଆସି ଭାରତ ବିପକ୍ଷରେ ଲଢ଼ିବାକୁ ସିଂହ ରଡ଼ି ଦେଉଥିଲା ବେଳେ ଯୁବି ତାଙ୍କ ସଂସ୍ଥାକୁ କାହିଁକି ଅର୍ଥିକ ସହାୟତା ଦେଲେ ବୋଲି? ସେମାନେ ପ୍ରଶ୍ନ କରିଛନ୍ତି। ଯୁବି ଅବଶ୍ୟ ଏହାର କୌଣସି ଉତ୍ତର ଦେଇ ନାହାନ୍ତି। କରୋନା ଆତଙ୍କ ପାକିସ୍ତାନକୁ ଗ୍ରାସ କରିବା ପରେ ଆଫ୍ରିଦି ଗରିବ ଲୋକଙ୍କୁ ଖାଦ୍ୟ ପଦାର୍ଥ ଓ ସାନିଟାଇଜର ବଣ୍ଟନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ସେ ମଧ୍ୟ ହିନ୍ଦୁ, ମୁସଲିମ୍ ଭୁଲି ଏହି ସଙ୍କଟଜନକ ଘଡ଼ିରେ ସମସ୍ତେ ଏକାଠି ହୋଇ ଲଢ଼ିବାକୁ ଆହ୍ବାନ କରିଥିଲେ। ଭଜି ତାଙ୍କର ଏହି ବଦାନ୍ୟତାରେ ବେଶ୍ ପ୍ରଭାବିତ ହୋଇଥିଲେ। ସେ ମଧ୍ୟ ଯୁବିଙ୍କ ସହ ଅନ୍ୟ କେତେକ କ୍ରିକେଟରଙ୍କୁ ଆଫ୍ରିଦିଙ୍କୁ ଏହି ମହତ କାମରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏହା ପରେ ଆଫ୍ରିଦି ମଧ୍ୟ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଭଜିଙ୍କୁ ଟ୍ବିଟ୍ କରି ପ୍ରଶଂସା କରିଥିଲେ।
ଆଫ୍ରିଦିଙ୍କ ସଂସ୍ଥାକୁ ଦାନ ଦେଇ ଯୁବି ସମାଲୋଚିତ
/sambad/media/post_attachments/wp-content/uploads/2020/04/98fgh78jhd897j98djsdsdsdsdsdsdsdsdsdsdsdsdsdsdsdsdsdsdsdsdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)