ମୁମ୍ବାଇ: ଆଗାମୀ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ପୂର୍ବରୁ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଦଳ ଯୁବରାଜ ସିଂହଙ୍କ ନୂଆ ଜର୍ସି ଏବଂ ତା’ର ସଂଖ୍ୟା ଉନ୍ମୋଚନ କରିଛି। ଏଥିରେ ଯୁବିଙ୍କୁ ୧୨ ନମ୍ବର ଜର୍ସି ମିଳିଛି। ଫଳରେ ଏହି ପୁରୁଖା ଅଲ୍ରାଉଣ୍ଡର ପୁଣି ଥରେ ୧୨ ନମ୍ବର ଜର୍ସିରେ ଆଇପିଏଲ୍ ଖେଳିବେ। ହେଲେ ଏଥର ଯୁବିଙ୍କ ଜର୍ସି ରଙ୍ଗ ବଦଳିଛି। ଯୁବି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନୀଳ ରଙ୍ଗର ଜର୍ସି ପରିଧାନ କରିବେ। କାରଣ ଯୁବିଙ୍କୁ ଏଥର ନିଲାମ ପ୍ରକ୍ରିୟାରେ ଦୁଇ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ମୂଳ ଦର ୧ କୋଟିରେ କିଣିଛି। ଏହା ପୂର୍ବରୁ ଯୁବି ଗତ ଆଇପିଏଲ୍ ସଂସ୍କରଣରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳିଥିଲା ବେଳେ ସେତେଟା ପ୍ରଭାବୀ ପ୍ରଦର୍ଶନ ଦେଇପାରିନଥିଲେ। ସେ ୮ ମ୍ୟାଚ୍ରୁ ୬୫ ରନ୍ କରିଥିଲା ବେଳେ ଗତ ସଂସ୍କରଣରେ ମାତ୍ର ୨ ଓଭର ବୋଲିଂ କରି ୨୩ ରନ୍ ବ୍ୟୟ କରିଥିଲେ ମଧ୍ୟ ୱିକେଟ୍ ଶୂନ୍ୟ ରହିଥିଲେ। ରବିଚନ୍ଦ୍ରନ୍ ଅଶ୍ବିନ୍ଙ୍କ ନେତୃତ୍ବରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଗତଥର ୧୪ ମ୍ୟାଚ୍ରୁ ୬ ବିଜୟ ସହ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ହେଲେ ଏଥର ନୂଆ ଫ୍ରାଞ୍ଚାଇଜ୍ ପାଇଥିବା ଯୁବି ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟ ରଖିଛନ୍ତି। ତାଙ୍କ ବ୍ୟାଟ୍ କଥା କହିବା ସହିତ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଚତୁର୍ଥ ଥର ପାଇଁ ଟ୍ରଫି ଜିତିବାର ଆଶା ଯୁବି ରଖିଛନ୍ତି। ଯୁବିଙ୍କ ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ସିଂହଳୀ ଦ୍ରୁତ ବୋଲର ଲସିତ୍ ମାଲିଙ୍ଗାଙ୍କ ଉପରେ ଏଥର ଆଶା ରଖିଛି।
ଯୁବରାଜଙ୍କ ଜର୍ସି-୧୨ ଉନ୍ମୋଚନ କଲା ମୁମ୍ବାଇ ଇଣ୍ଡିଆନ୍ସ
/sambad/media/post_attachments/wp-content/uploads/2019/03/Untitled-5-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)