ପ୍ରଦର୍ଶନ ବଳରେ ମଞ୍ଜରେକରଙ୍କୁ ଜବାବ ଦେଇଥିଲେ ଯୁବରାଜ

ନୂଆଦିଲ୍ଲୀ: ସୋମବାର କ୍ରିକେଟ୍‌ରୁ ଅବସର ନେଇଥିବା ଯୁବରାଜ ସିଂହ ନିଜ ପ୍ରଦର୍ଶନ ଜରିଆରେ କ୍ରିକେଟର୍‌ରୁ ଭାଷ୍ୟକାର ହୋଇଥିବା ସଂଜୟ ମଞ୍ଜରେକରଙ୍କୁ ଜବାବ ଦେଇଥିଲେ। କର୍କଟ ରୋଗରୁ ମୁକୁଳିବା ପରେ ଯେତେବେଳେ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା ସେହି ସମୟ‌ରେ ମଞ୍ଜରେକର ସମାଲୋଚନା କରିଥିଲେ। ତାଙ୍କୁ ପେସାଗତ ଭାବେ ନୁହେଁ ଆବେଗ ପାଇଁ ସାମିଲ କରାଯାଇଛି ବୋଲି ଟିପ୍ପଣୀ ଦେଇଥିଲେ। କିନ୍ତୁ ସେହି ମ୍ୟାଚ୍‌ରେ ଯୁବରାଜ ଶ୍ରେଷ୍ଠ ଖେଳାଳି ହୋଇଥିଲେ। ପୁରସ୍କାର ପ୍ରଦାନ ଉତ୍ସବରେ ଉଭୟ ନିକଟତର ହେବା ସହ ସବୁକୁ ଭୁଲି ହସାହସି ହୋଇଥିଲେ।

ସମ୍ବନ୍ଧିତ ଖବର